ଅଧିକ ପଢନ୍ତୁ : ପଦାରେ ପଡ଼ିଲା ସମବାୟ ବ୍ୟାଙ୍କ ମହା ଘୋଟାଲା

ଅର୍ଗସ ବ୍ୟୁରୋ : ପହଙ୍ଗା ସେବା ସମବାୟ ସମିତି ପକ୍ଷରୁ ସମବାୟ ସମିତି ସ୍ତରୀୟ ଏକ ବ୍ୟାଙ୍କିଙ୍ଗ ସେବା ଏବଂ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଭାପତି ପରମାର୍ଥ ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ କେନ୍ଦ୍ର ସମବାୟ ବ୍ୟାଙ୍କର ନିଆଳି ଶାଖା ପରିଚାଳକ ପ୍ରଦୀପ କୁମାର ମଲ୍ଲ ଯୋଗଦେଇଥିଲେ । ସମ୍ପାଦକ ସତ୍ୟରଞ୍ଜନ ବିଶ୍ଵାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ବିନା ସୁଧରେ ସମବାୟ ବ୍ୟାଙ୍କର ଋଣ ସୁବିଧା ସମ୍ପର୍କରେ ଚାଷୀ ମାନଙ୍କୁ ବୁଝାଯାଇଥିଲା ।

କୋରାପୁଟ: ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୁରତି । ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାକୁ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ । ସୁବାସିତ ଜଳରେ ସ୍ନାନ କଲେ ଶ୍ରୀବିଗ୍ରହ । ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ତିଥିରେ ଭୋର ସକାଳୁ ଦଇତାପତି ନିଯୋଗ ତରଫରୁ ଆରମ୍ଭ ହୋଇଥିଲା ନୀତିକାନ୍ତି । ସକାଳୁ ମଙ୍ଗଳାର୍ପଣ ନୀତି ପରେ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ସୁଦର୍ଶନ ପରେ ବଡ଼ଠାକୁର, ପରେ ଭଗିନୀ ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରିଥିଲେ କଳାଠାକୁର ।
ସ୍ନାନ ପରେ ଶ୍ରୀବିଗ୍ରହଙ୍କ ଗଜାନନ ବେଶ । ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିଛି ଏବଂ ସଠିକ ସମୟରେ ଶ୍ରଦ୍ଧାଳୁ ଗଜାନନ ବା ହାତୀ ବେଶରେ ଦର୍ଶନ କରିଥିବା ପ୍ରତିକ୍ରିୟା ରହିଛନ୍ତି ଶ୍ରୀ ବଜରଙ୍ଗ ମହାପାତ୍ର ଏବଂ ରଥଯାତ୍ରା ପୂଜା କମିଟି କୋଟପାଡ଼ ସଭାପତି ଶ୍ରୀ ମନୋହର ବିଶୋଇ । ସେଵାୟତ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ବୟ ଯୋଗୁଁ ଶୃଙ୍ଖଳିତ ଭାବରେ ନୀତିକାନ୍ତି ସମାପନ ହୋଇଥିଲା ।
ଅନ୍ୟପଟରେ ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଭକ୍ତିମୟ ପରିବେଶରେ ଗଗନ ପବନ ପ୍ରକମ୍ପିତ କରୁଥିବାବେଳେ ଜୟ ଜଗନ୍ନାଥ ଧ୍ଵନିରେ ସମସ୍ତ କୋଟପାଡ଼ ଅଞ୍ଚଳ ପ୍ରକମ୍ପିତ ହେଉଥିଲା l
ଆହୁରି ପଢନ୍ତୁ ଓଡିଶା ଖବର...

ପୁରୀ: ସମୁଦ୍ରରେ ବୁଡି ଜଣେ ମୃତ। ସେକ୍ଟର 7 ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ଏକ ବଡ ଲହଡାରେ ଭାସିଗଲେ ରାଜସ୍ଥାନର 14 ବର୍ଷୀୟ ଯୁବକ ଦିଲରାଜ ଚାନ୍ଦ।
ତୁରନ୍ତ ଲାଇଫଗାର୍ଡଙ୍କ ତରଫରୁ ଉଦ୍ଧାର ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଡାକ୍ତର କଲେ ମୃତ ଘୋଷଣା ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ବୋର୍ଡର ସଦସ୍ୟ ଜୟା ବର୍ମା ସିହ୍ନାଙ୍କ ପ୍ରେସମିଟ୍ । ସିଗନାଲରେ ହୋଇଥିଲା ବଡ ଗଡବଡ । ଟ୍ରେନ ଦ୍ରୁତ ଗତିରେ ରହିବା ଦୁର୍ଘଟଣାର କାରଣ ନୁହେଁ । ଏକମାତ୍ର କରମଣ୍ଡଳ ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରାକରେ ପୂର୍ବରୁ ଛିଡା ହୋଇଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା 128 କିମି ବେଗରେ ଆସିଥିବା କରମଣ୍ଡଳ । ମାଲବାହୀ ଟ୍ରେନରେ ଲୁହାପଥର ବୋଝେଇ ହୋଇ ରହିଥିଲା ।
ସେଥିପାଇଁ ଦୁର୍ଘଟଣାରେ ମାଲବାହୀ ଟ୍ରେନ୍ ଟି ଆଦୌ ହଲଚଲ୍ ହୋଇନଥିଲା । କରମଣ୍ଡଳର କିଛି ବଗି ଅନ୍ୟ ଏକ ଟ୍ରାକରେ ଯାଇ ପଡିଥିଲା । ଶେଷରେ ଭୟଙ୍କର ଦୁର୍ଘଟଣା ହୋଇଥିଲା। ଫଳରେ ଯଶୱନ୍ତପୁରୀ ଏକ୍ସପ୍ରେସର ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଇଥିଲା । ୨୦ ମିନିଟ ଭିତରେ ପହଞ୍ଚିଥିଳେ ଉଦ୍ଧାରକାରୀ ଦଳ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା କରିଛି ରେଲୱେ ବୋର୍ଡ ।
ଅଧିକ ପଢ଼ନ୍ତୁ ଦେଶ ଖବର:
