ନୋ ୱାନ ଲିଭ୍ ବିହାଇଣ୍ଡ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଥିମ ରହିଥିଲା।ବିଶ୍ୱରେ ଖାଦ୍ୟ ପୋଷଣ ର କିଭଳି ଆବଶ୍ୟକତା ରହିଛି ସେ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଚାଷୀ ମାଙ୍କୁ ମାଛ ଯାଆଁଳା ବଣ୍ଟା ଯିବା ସହ ବିଭିନ୍ନ ପ୍ରକାର ର ଫଳ ବୃକ୍ଷ ରୋପଣ କରାଯାଇଥିଲା।ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ହୋର୍ଟିକଳଚର ର ଡେପୁଟୀ ଡାଇରେକ୍ଟର ଙ୍କ ସମେତ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ବିଶ୍ଵ ଖାଦ୍ୟ ଦିବସ ପାଳିତ

ଢ଼େଙ୍କାନାଳ : ଢ଼େଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଶ୍ଵ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ଓୟୁଏଟି ର ସମ୍ପ୍ରସାରଣ ନିର୍ଦ୍ଦେଶାଳୟ ଓ ombadc ର ମିଳିତ ଆନୁକୁଲ୍ୟରେ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର୍ ପଣ୍ଡା ଯୋଗ ଦେଇଥିଲେ।
Download Argus News App
