ଆଜି ତାଳଚେର ମେଡିକାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ ଏ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୋଭିଡ୍ ବେଳେ ତାଳଚେର, ଅନୁଗୁଳ, ଭୁବନେଶ୍ଵରରେ ଏମସିଏଲ ୩୦୦ କୋଟି ଖର୍ଚ୍ଚ କରିଥିଲା । ୯ ବର୍ଷରେ ଅନୁଗୁଳ ଜିଲ୍ଲା ଓଡ଼ିଶାର ରାଜକୋଷରେ ୬୦ ହଜାର କୋଟିର ଦାୟିତ୍ଵ ନେଇଛି । ଆଗରୁ ସବୁ ଅର୍ଥ ଦିଲ୍ଲୀ ରାଜକୋଷକୁ ଆସୁଥିଲା, ପ୍ରଧାନମନ୍ତ୍ରୀଙ୍କ ଦୂର ଦୁଷ୍ଟିରୁ ଏହା ପରିବର୍ତ୍ତନ ହୋଇଛି ।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫେରନସିଂରେ ସାମିଲ୍ ହୋଇଥିଲେ । ମେଡିକାଲ ପ୍ରତିଷ୍ଠା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।