ଗତ କାଲି କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର କୋଟିଆ, ମାଡ଼କାର, ଫଗୁଣସିନେରୀ ରାସ୍ତାଦେଇ ସରପଞ୍ଚ ନିର୍ବାଚନ ହେବାକୁ ଥିବା ଫାଟୁସିନେରୀ ଗ୍ରାମ ଗସ୍ତକରି ଫେରିଥିବା ନେଇ ଜଣାପଡିଅଛି।
ଅନ୍ୟପଟେ କୋରାପୁଟ କୋଟିୟା ଅଞ୍ଚଳର ଫାଟୁ ସିନେରିରେ ଆନ୍ଧ୍ର ସରକାରଙ୍କ ସରପଞ୍ଚ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନୋଟି ନାଟ୍ୟ କାର୍ଯ୍ୟକ୍ରମ କରି , ସ୍ଥାନୀୟ ଲୋକଙ୍କୁ ଭଟ ମତଦାନରୁ ଦୁରେଇ ରଖିବା ପାଇଁ ଉଦ୍ୟମ କରାଯାଇଛି ।
ଏହା ଆଗରୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ବେଆଇନ ନିର୍ବାଚନ ବନ୍ଦ କରିବାକୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ । ନିର୍ବାଚନରୁ ବିରତ ରହିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଆନ୍ଧ୍ର ସରକାରଙ୍କୁ ଏନେଇ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି ।
ଏପରିକି ବେଆଇନ ଭାବେ ଆନ୍ଧ୍ର ନିର୍ବାଚନ କଲେ ପରିଣାମର ସମ୍ମୁଖୀନ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେଇଛନ୍ତି । ଏହି ପରିପେକ୍ଷୀରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ କୋଟିଆ ଗ୍ରାମପଂଚାୟତରେ ଆନ୍ଧ୍ର କରୁଥିବା ଭୋଟ ବନ୍ଦ ରଖୁ । ସେପଟେ ଆଜି ସୁପ୍ରିମକୋର୍ଟରେ ଓଡିଶାର ସୀମାବର୍ତି ଗାଁକୁ ନିଜ ଅଂଚଳ ବୋଲି କହିଛନ୍ତି ଆନ୍ଧ୍ର ସରକାର ।