ତେବେ ଆଗାମୀ ଡ଼ିସେମ୍ବରରେ ଆସିବାକୁ ଥିବା ୫ ରାଜ୍ୟର ନିର୍ବାଚନ ଫଳାଫଳ ବିଜେପି ଅପେକ୍ଷା ବିଜେଡି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଯଦି ଛତିଶଗଡରେ ବିଜେପି ସରକାର କରେ ତେବେ ତାର ସିଧା ପ୍ରଭାବ ଓଡିଶା ଉପରେ ପଡିବ। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେପି ଏ ନିର୍ବାଚନରେ ଅନେକ ଲୋକସଭା ସାଂସଦଙ୍କୁ ବିଧାନ ସଭା ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଛି । ତେବେ ବିଜେଡି ପାଇଁ ସବୁଠୁ ବଡ ବିପଦ ହେଉଛି ଧର୍ମେନ୍ଦ୍ର ପ୍ରଧାନ ଯେହେତୁ ସେ ନିଜେ ଏଥର ଓଡିଶାରୁ ନିର୍ବାଚନରେ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ଜାନୁୟାରୀରେ ରାମମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ଏହା ମଧ୍ୟ ଅନେକ ଭୋଟରଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବ ଏଥିରେ ସନ୍ଦେହ ନାହିଁ। ୫ ରାଜ୍ୟର ଫଳାଫଳ ଆସିଲା ପରେ ରାଜ୍ୟ ବିଜେପି ତାର ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିବ ।
ଅନ୍ୟପଟେ ଦେଶରେ ବଢୁଥିବା ବିଜେପିର ଭୋଟ ହାର ରାଜ୍ୟ ବିଜେଡି ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି। ତେବେ ଦୀର୍ଘ ଦିନର ବିଜେଡି ସରକାର ପରିବର୍ତ୍ତନ ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ଜୋରେ ଚାଲିଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର.