ଭୁବନେଶ୍ୱର: ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍ ସୋ'ରେ ସାମିଲ୍ ହେଲେ ଜିତୁ ମିତ୍ର । ବିଜେପିରେ ମିଶୁ ମିଶୁ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲିରେ ମିଶିଲେ ଜିତୁ ।
ଅର୍ଗସ ବ୍ୟୁରୋ: ତିହାର ଜେଲରୁ ମୁକୁଳି ପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତଳ କୋର୍ଟର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।
ତେବେ କୋର୍ଟ କହିଛନ୍ତି, କେଜ୍ରିୱାଲଙ୍କୁ ଜାମିନ ଦେବା ବେଳେ ତଳ କୋର୍ଟ ନିଜର ମୁଣ୍ଡ ଆଦୌ ଖର୍ଚ୍ଚ କରି ନଥିଲେ। ସେହିପରି ତଦନ୍ତକାରୀ ସଂସ୍ଥା ଦାଖଲ କରିଥିବା ପ୍ରମାଣକୁ ମଧ୍ୟ କୋର୍ଟ ବିଚାରକୁ ନେଇ ନ ଥିଲେ। ଟ୍ରାଏଲ କୋର୍ଟଙ୍କ ମତ ଠିକ ନୁହେଁ। ତଦନ୍ତକାରୀ ସଂସ୍ଥା ଇଡି କରିଥିବା ଆବେଦନର ବିଚାର ପାଇଁ କିଛି ସମୟ ଆବଶ୍ୟକ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା । ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି । ଏଥର କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ମିଳିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।
ପ୍ରାୟ ୧୦ବର୍ଷ ପରେ ଲୋକସଭାକୁ ବିରୋଧୀ ଦଳ ନେତା ମିଳିଛି। ରାହୁଲ ଏବେ ଉତ୍ତରପ୍ରଦେଶ ରାଏବରେଲିରୁ ଏମପି ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ନିଷ୍ପତ୍ତି ବିଷୟରେ କଂଗ୍ରେସର ବରିଷ୍ଠ ନେତା କେସି ବେଣୁ ଗୋପାଳ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର