ଅର୍ଗସ ବ୍ୟୁରୋ: ମୁଣ୍ଡକୁ ଛାତ, ମା ମାନଙ୍କୁ ଉଜ୍ଜଳା ଗ୍ୟାସ ଯୋଜନା , ଯୁବକ ଯୁବତୀଙ୍କୁ ନିଯୁକ୍ତି, ଚାଷୀଙ୍କୁ ନିଜର ହକ୍, ମାଗଣା ଚାଉଳ ଗହମ ଦେବାରେ ସଫଳ ହୋଇଛନ୍ତି ମୋଦି ସରକାର । ଯାହାର ପ୍ରଭାବ ଏବେ ସାରା ଓଡିଶାରେ ଦେଖିବାକୁ ମିଳୁଛି । ଶଙ୍ଖ ଛାଡି ପଦ୍ମ ମୁହାଁ ହେଉଛନ୍ତି ଜନତା । ମୋଦି ସରକାର ଯାହା କୁହନ୍ତି ତାହା କରି ଦେଖାନ୍ତି । ମୋଦି ଗ୍ୟାରେଣ୍ଟି ଉପରେ ଜନତାଙ୍କ ଆସ୍ଥା ଭାଜନ ହେଉଥିବା ବେଳେ ବିଜେଡି ଏହାକୁ ସହଜରେ ହଜମ କରିପାରୁନାହିଁନ୍ତି । କଣ କରିବେ ବୁଦ୍ଧି ବାଟ ଦେଖାଯାଉନାହିଁ ।
ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ବିଜେଡି ନେତା ମାନେ କଣ କରୁଛନ୍ତି ତାଙ୍କୁ ଜଣାପଡୁନି । ଏଇ ଯେମିତି ବିଜେଡି ନେତା ପାଣ୍ଡିଆନଙ୍କୁ ଦେଖନ୍ତୁ ନିଦରୁ ନଉଠୁଣୁ ପ୍ରେସମିଟ କରୁଛନ୍ତି । ବିଳିବିଳି ହୋଇ କିଛି ବି କହୁଛନ୍ତି । ବିଜେଡି ଭାଙ୍ଗିବାକୁ ବିଜେପିର ଷଡଯନ୍ତ୍ର ବୋଲି କହୁଛନ୍ତି । ଏଟା ପାଣ୍ଡିଆନଙ୍କ ଡର ନୁହେଁ ତ ଆଉ କଣ ?
ଅଧିକ ପଢନ୍ତୁ ରାଜନୀତି ଖବର
୨୪ବର୍ଷର ସ୍ଥିର ସରକାର ସ୍ଥିର ମୁଖ୍ୟମନ୍ତ୍ରୀ କିନ୍ତୁ କଣ ନିଜ ସଂଗଠନକୁ ମଜବୁତ କରିପାରିନାହାନ୍ତି । ନିଜ ସଂଗଠନ ମଜବୁତ ନାହିଁ କିନ୍ତୁ ଦୋଷ ଲଦିବାରେ ବ୍ୟସ୍ତ । ୨୪ବର୍ଷ ଧରି ଶାସନ କଲେ କିନ୍ତୁ ବିକାଶ କଥା ସାମ୍ଣାକୁ ଆସିଲା ବେଳକୁ ଫଳ ଶୁନ୍ । ପାଣ୍ଡିଆନ କହିଲେ, ନବୀନ ଓଡିଆ ଭାଷାକୁ ଆଗକୁ ନେବାକୁ ପ୍ରୟାସ କରୁଛନ୍ତି ।
୨୪ବର୍ଷ ଭିତରେ ଆଜି ବି ଗାଁକୁ ପାଣି ନାହିଁ , ରାସ୍ତା ନାହିଁ, ଲାଇଟ ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ରୋଜଗାର ନାହିଁ, ଡାକ୍ତର ନାହାନ୍ତି । ନାହିଁ ନାହିଁରେ ଚାଲିଥିବା ଓଡିଶାର କି ବିକାଶ ହୋଇଛି ... ଏଥର ପରିବର୍ତ୍ତନ ହେବ ଓଡିଶା । ଉଚିତ ଜବାବ ଦେବେ ଓଡିଶାବାସୀ । ବଦଳିବ ଓଡିଶାର ଭାଗ୍ୟ ...