ସୂଚନାନୁଯାୟୀ, ବାସନ୍ଦରା ମୌଜାରେ ଜମିଜମା ସମସ୍ୟା ସ୍ଥିତି ସଙ୍ଗୀନ। ସେପଟେ ସରକାରୀ ଅବହେଳା ଚରମ ସ୍ଥିତିରେ। ଗ୍ରାମର ପ୍ରାୟ ଲୋକ ଗରୀବ ଶ୍ରେଣୀର ହୋଇଥିବା କାରଣରୁ ଲୋକମାନେ ପୁଅ ଝିଅ ବାହା ବେଳକୁ ଜମି ପଟା ଠିକ୍ ନଥିବାରୁ ବିକ୍ରି କରିପାରୁ ନାହାଁନ୍ତି। ଏଠାକାର ଲୋକମାନଙ୍କ ନିକଟରେ ପଟା ଖଣ୍ଡିଏ ନଥିବାରୁ ପିଲାମାନଙ୍କୁ ସାର୍ଟିଫିକେଟ ଖଣ୍ଡିଏ ଦେଉ ନାହାଁନ୍ତି ତହସିଲଦାର। ମଣ୍ଡି ନେଉନି ଧାନ ଫଳରେ ମିଲରଙ୍କୁ କମ୍ ଦାମରେ ଧାନ ବିକ୍ରି କରିବାକୁ ପଡ଼ିଛି। କେବଳ ସେତିକି ନୁହେଁ ବ୍ୟାଙ୍କକୁ ଲୋନ ପାଇଁ ଗଲେ ମଧ୍ୟ ମିଳୁନି ଋଣ। ଯାହାଫଳରେ ଭୋଟ ବର୍ଜନ ଚରମ ନିଷ୍ପତ୍ତି ବୋଲି ଚେତାବନୀ ଦେଇଛନ୍ତି ବାସନ୍ଦରା ମୌଜାର ଗ୍ରାମବାସୀ। ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ଵେ ମିଳୁନି ସୁଫଳ। ନିର୍ବାଚନ ପରେ ନିର୍ବାଚନ ଗଲାଣି। ପ୍ରଚାର ବେଳେ କେବଳ ମାଳମାଳ ପ୍ରତିଶୃତି କିନ୍ତୁ ନିର୍ବାଚନ ସରିଲେ ଫଳ ଶୂନ।
ଏନେଇ ଜଣେ ସ୍ଥାନୀୟ ଲୋକ କହିଛନ୍ତି ଯେ, "ଜମି ପଟା ନଥିବାରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ। ପିଲାମାନଙ୍କୁ ସାର୍ଟିଫିକେଟ ଖଣ୍ଡିଏ ମିଳୁନି, ତହସିଲଦାର ଦେଉ ନାହାଁନ୍ତି। ଲୋନ କରିବାକୁ ଗଲେ ବ୍ୟାଙ୍କ ଋଣ ଦେଉନି। ମଣ୍ଡିରେ ଧାନ ଦେବାକୁ ଗଲେ ମଣ୍ଡି ରଖୁନି। ଫଳରେ ମିଲରଙ୍କୁ କମ୍ ଟଙ୍କାରେ ଧାନ ବିକ୍ରି କରିବାକୁ ପଡ଼ୁଛି।"