ତେବେ ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୧ ତାରିଖରୁ ଇଂଲଣ୍ଡରେ ଡୋମେଷ୍ଟିକ କ୍ରିକେଟ ଆରମ୍ଭ ହେବ ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଅପ୍ରେଲ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ମହାମାରୀ କରୋନା ପାଇଁ ଏହାକୁ ଘୁଂଚାଇ ଦିଆଯାଇଥିଲା ।
ତେବେ ଇଂଲଣ୍ଡର ଡୋମେଷ୍ଟିକ ଖେଳାଳିମାନେ ଜୁଲାଇ ୧ ତାରିଖରୁ ସେମାନଙ୍କ ଅଭ୍ୟାସ ଆରମ୍ଭ କରିସାରିଲେଣି । ତେବେ ମହାମରୀ କରୋନ ନିମନ୍ତେ ଜାରି କରାଯାଇଥିବା ଗାଇଡଲାଇନକୁ ମାନି ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଇ.ସି.ବି ପକ୍ଷରୁ କୁହାଯାଇଛି ।