୨ଟି ଇଭେଣ୍ଟର ଫାଇନାଲରେ ଲଗାତାର ଭାରତ ଏଣ୍ଟ୍ରି କରିପାରିଛି । ତେବେ ଉଭୟ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇଥିଲା ଟିମ୍ ଇଣ୍ଡିଆ। ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ମଧ୍ୟ ରୋହିତ ସେନା ନିଜ ସ୍ଥାନ କବଜା କରିପାରିବ । ୨୦୨୫ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଭାରତ ଓଭାଲ ପରାଜୟର ପ୍ରତିଶୋଧ ନେଇପାରିବ ବୋଲି କହିଛନ୍ତି ଦିନେଶ କାର୍ତ୍ତିକ । ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍ ଗୌତମ ଗମ୍ଭୀର ରହିଥିବାବେଳେ ଅଧିନାୟକ ରୋହିତଙ୍କ ନେତୃତ୍ବରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଜିତିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।