ଏୟାରପୋର୍ଟରେ ଅନୁଷ୍କା ପୁଅର ଝଲକ ଫ୍ୟାନଙ୍କୁ ଦେଖାଇଥିଲେ। କିନ୍ତୁ ପୁଅ ଅକାୟର ଫଟୋ ନ ଉଠାଇବାକୁ ନିବେଦନ କରିଥିଲେ। ପୂର୍ବରୁ ଅନୁଷ୍କା ତାଙ୍କ ଝିଅ ଭାମିକାର ଫଟୋ ମଧ୍ୟ ସାର୍ବଜିନକ ଭାବେ ପ୍ରକାଶ କରିନାହାନ୍ତି। ଅନୁଷ୍କା ଫ୍ୟାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଫଟୋ କ୍ଲିକ କରିବାକୁ ମୁଁ ନିଜେ ଆପଣଙ୍କ ସାମ୍ନାକୁ ଆସିବି। କିନ୍ତୁ ପୁଅ ସହ ଦୟାକରି ଫଟୋ କ୍ଲିକ କରନ୍ତୁ ନାହିଁ ।
ସୂଚନା ଥାଉ କି, ଫେବୃୟାରୀ ୧୫ ତାରିଖରେ ଉଭୟ ବିରାଟ ଏବଂ ଅନୁଷ୍କା ଦ୍ବିତୀୟଥର ପାଇଁ ପିତାମାତା ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ। ଭାମିକାର ଛୋଟ ଭାଇକୁ ଦୁନିଆକୁ ସ୍ବାଗତ ବୋଲି ଇନଷ୍ଟାରେ ପୋଷ୍ଟ କରିଥିଲେ। ତେବେ ବିରାଟ ଏବଂ ଅନୁଷ୍କା ୨୦୧୭ ମସିହା ଡିସେମ୍ବର ମାସରେ ଉଭୟ ପରିବାର ଏବଂ କ୍ଲୋଜ ଫ୍ରେଣ୍ଡସଙ୍କ ଉପସ୍ଥିତିରେ ବିବାହ କରିଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର