ଏଥିସହ ବାଂଲାଦେଶ ବିପକ୍ଷ କାନୁପର ଟେଷ୍ଟରେ ଜୈସୱାଲ ଦ୍ୱିତୀୟ ଭାରତୀୟ ଭାବେ ଉଭୟ ଇନିଂସରେ ୧୦୦ କିମ୍ବା ତା’ଠାରୁ ଅଧିକ ଷ୍ଟ୍ରାଇକ ରେଟରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ଜୈସୱାଲ ବୀରେନ୍ଦ୍ର ସେହୱାଗଙ୍କ ନାଁରେ ଥିବା ରେକର୍ଡ ସହ ହୋଇଛନ୍ତି ସମକକ୍ଷ । ୨୦୧୧ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟରେ ସେହୱାଗ ଏପରି ସଫଳତା ହାସଲ କରିଥିଲେ। ସେହୱାଗ ପ୍ରଥମ ଇଂନିସରେ ୪୬ ବଲରେ ୫୫ ଓ ଦ୍ୱିତୀୟ ଇଂନିସରେ ସେ ୫୫ ବଲରେ ୫୫ ରନର ପାରି ଖେଳିଥିଲେ। ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ୍ ଟେଷ୍ଟ କ୍ରିକେଟରେ ୧୧ଥର ଶୃଙ୍ଖଳାର ସର୍ବାଧିକ ଥର ପ୍ଲେୟାର ଅଫ ଦି ସିରିଜ୍ ଜିତିବାରେ ଯୁଗ୍ମଭାବେ ଶୀର୍ଷରେ ରହିଛନ୍ତି,ଅଶ୍ବିନ୍ ମୁଥେୟା ମୁରଲୀଧରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।
ଅଶ୍ବିନ୍ ଏହି ସିରିଜରେ ଗୋଟିଏ ଶତକ ସହ ୧୧୪ କରିଥିବାବେଳେ ୧୧ ୱିକେଟ୍ ନେଇଥିଲେ। ଚେନ୍ନାଇରେ ଟେଷ୍ଟରେ ୬ ୱିକେଟ୍ ନେଇଥିଲେ। ଭାରତର କ୍ଲିନ୍ସୁଇପ୍ ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲ୍ରେ ଶୀର୍ଷରେ ରହିଛି। ୧୧ଟି ମ୍ୟାଚରେ ୮ଟି ବିଜୟ ସହିତ ଭାରତର ପଏଣ୍ଟ ପ୍ରତିଶତ ବର୍ତ୍ତମାନ ୭୪.୨୪ ରହିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ସେନାକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିବାକୁ ୮ଟି ମ୍ୟାଚ ମଧ୍ୟରୁ ଚାରିଟି ଜିତିବାକୁ ପଡ଼ିବ। ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଥିବାବେଳେ ଚଳିତ ବର୍ଷ ଶେଷରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ