ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରେୋ: ଆଜି ଗାନ୍ଧୀ ଜୟନ୍ତୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ... ସାରା ବିଶ୍ବରେ ପହଁଚାଇଥିଲେ ସତ୍ୟ ଓ ଅହିଂସାର ବାର୍ତ୍ତା... ସେପଟେ ଜନ୍ମଜୟନ୍ତୀରେ ଲାଲ୍ ବାହାଦୂର୍ ଶାସ୍ତ୍ରୀଜୀଙ୍କୁ ମନେପକାଉଛି ଦେଶ… ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ... ଟ୍ବିଟ୍ କରି ବାପୁ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
୨- ଆଜି ଗାନ୍ଧି ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ...ପିଏମ୍ ଜନମନ ଯୋଜନାରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିମି ରାସ୍ତା କାମ ପାଇଁ ହେବ ଶିଳାନ୍ୟାସ… ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ
୩- ଆଜି ପବିତ୍ର ମହାଳୟା ଅମାବାସ୍ୟା...ପିତୃ ପୁରୁଷଙ୍କ ଶ୍ରାଦ୍ଧ ଓ ତିଳତର୍ପଣର ଦିନ...ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ ପାଇଁ ପୁରୀରେ ଭିଡ଼...ସେପଟେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଁ ସମଲେଶ୍ବରୀ...
୪- ବଦଳିଲା ନବମ, ଦଶମ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ….ଏଣିକି ସବୁଜ ବଦଳରେ ବାଦାମୀ ଡ୍ରେସ୍ ପିନ୍ଧିବେ ଛାତ୍ରଛାତ୍ରୀ….ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଡ୍ରେସ୍...ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ବଣ୍ଟାଯିବ ନୂଆ ୟୁନିଫର୍ମ
୫- ସ୍ବାସ୍ଥ୍ୟବୀମା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ.... ୧ କୋଟି ପରିବାରକୁ କ୍ୟାସଲେସ୍ ଚିକିତ୍ସାର ସୁବିଧା ମିଳିବ... ଦେଶର ୨୭ ହଜାର ହସପିଟାଲରେ ହିତାଧୀକାରୀଙ୍କୁ ମିଳିପାରିବ ଚିକିତ୍ସା... ୭୦ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ବି ପାଇବେ ମାଗଣା ସ୍ବାସ୍ଥ୍ୟବୀମା ସୁବିଧା... ଆୟୁଷ୍ମାନ ଭାରତ ସହ ମିଶିବ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା... ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମିଳିବ ମାଗଣା ବୀମା...
୬- ଆରମ୍ଭ ହେଉ ହେଉ ତାଲା ପଡ଼ିଲା। କଟକ ବାଦାମବାଡ଼ି ଜୁଡ଼ିଓ ସପିଂ ମଲକୁ ସିଲ୍ କଲା କଟକ ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ। ସିଏମସିର ଏକାଧିକ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ଜୁଡ଼ିଓ ସପିଂ ମଲକୁ ସିଲ୍ କରିଛି ସିଏମସି। ବିଲ୍ଡିଙ୍ଗ ପ୍ଲାନ୍, ପାର୍କିଂ ନିୟମ ଉଲ୍ଲଙ୍ଘନ ସହ ଜନସାଧାରଣଙ୍କ ରାସ୍ତା ଜବରଦଖଲ କରିଛି ଏହି ସପିଂ ମଲ୍
୭- ଘନକୁହୁଡ଼ି ଯୋଗୁ ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି
୮- ଇସ୍ରାଏଲ ଉପରେ ବଡ଼ ଆଟାକ୍ କରିଛି ଇରାନ୍.....ଇସ୍ରାଏଲ ଉପରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ଆରମ୍ଭ କରିଛି ଇରାନ୍.....ଇସ୍ରାଏଲ ଉପରେ 400ରୁ ଅଧିକ ମିସାଇଲ ମାଡ କରିଛି ଇରାନ୍ ସେନା
୯- ରାମ ଚରଣଙ୍କ ‘ଗେମ ଚେଞ୍ଜର’ ଫିଲ୍ମରେ ପୁରୀ ସାହି ଯାତର ଝଲକ, ଦୁଲଦୁଲି ସହ ରହିଛି ଘୁମୁରା ନାଚ......ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ରିଲିଜ ହେବ ବହୁ ପ୍ରତିକ୍ଷୀତ ତେଲୁଗୁ ଫିଲ୍ମ ଗେମ୍ ଚେଞ୍ଜର.....ରାମଚରଣଙ୍କ ସହିତ ଓଡ଼ିଶାର ପ୍ରାୟ ଅଢ଼େଇଶହ କଳାକାର ଏଥିରେ ନୃତ୍ୟ ପରିବେଷଣ କରିଛନ୍ତି
୧୦- ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର ଅଧିନାୟକ ଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଶଙ୍ଖଭବନରେ ବିଜେଡିରେ ବଡ଼ ବିସ୍ଫୋରଣ। ବିଜେଡି ସମୀକ୍ଷା ବୈଠକରେ ଶ୍ରୀମୟୀ ଓ ପ୍ରଦୀପ ସାହୁଙ୍କ ଭିତରେ କଥା କଟାକଟି। ଶ୍ରୀମୟୀଙ୍କୁ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର। ଅସନ୍ତୋଷ ପ୍ରକାଶ କରି ଶ୍ରୀମୟୀ କହିଛନ୍ତି ଯୁଗେ ଯୁଗେ ଲେଖା ଅଛି ଯେଉଁମାନେ ମହିଳାମାନଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି ।
ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତାର ଉଦାହରଣ ଦେଖୁଥିବେ । ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ସେପଟେ ଦଳରେ ଶୃଙ୍ଖଳା କମିଥିବା ମାନିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । ତେବେ ବିଜେଡିରେ ବିଶୃଙ୍ଖଳା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି କଥା ଏଡ଼ାଇଯାଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ଦଳର ସମ୍ମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ତେଲୁଗୁ ଫିଲ୍ମ ଗେମ୍ ଚେଞ୍ଜର। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନାୟକ ରାମଚରଣ ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି। ବଡ଼ କଥା ହେଉଛି ଏହି ଫିଲ୍ମରେ ପୁରୀର ଜଣେ କୋରିଓଗ୍ରାଫର ଜ୍ଞାନରଞ୍ଜନ ମହାନ୍ତିଙ୍କ ଡାନ୍ସ ଗ୍ରୁପର ସଦସ୍ୟ ରାମଚରଣଙ୍କ ସହିତ ରା ମଚା ମଚା ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରମ୍ପରିକ ନୃତ୍ୟ ଏଥିରେ ପ୍ରମୁଖ ସ୍ଥାନ ନେଇଛି।
ଏଥିରେ ରହିଛି ପୁରୀ ସାହି ଯାତର ଝଲକ। ଏଥିରେ ରହିଛି ରଣପା। ଅଛି ଦୁଲଦୁଲି, ଅଛି ଘୁମୁରା ଅଛି କୋୟା ଆଦିବାସୀ ନାଚର ଝଲକ। ତେଲୁଗୁ ଏ ଦୃଶ୍ୟ ସବୁ ଦେଖିବାକୁ ମିଳିଛି ତେଲୁଗୁ ଫିଲ୍ମ ଗେମ୍ ଚେଞ୍ଜରରେ। ରାମଚରଣଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଶଙ୍କର ଦେଇଥିବା ବେଳେ କୋରିଓ ଗ୍ରାଫି କରିଛନ୍ତି ଗଣେଶ ଆଚାର୍ଯ୍ୟ। ଏହି ଫିଲ୍ମର ଗୀତ ରା ମଚା ମଚା ୟୁଟ୍ୟୁବରେ ରିଲିଜ ହୋଇଛି। ଗୀତଟି ବେଶ୍ ଲୋକପ୍ରିୟତା ହାସଲ କରିଛି। ଏହି ଗୀତରେ ରହିଛି ଓଡ଼ିଆ ପରମ୍ପରାର ଝଲକ।
ଗଣେଶ ଆଚାର୍ଯ୍ୟଙ୍କ ଗୋରିଓଗ୍ରାଫିକୁ ସପୋର୍ଟ ଦେଇଛନ୍ତି ପୁରୀର ଫେଟ୍ ଫାଇଟର୍ସ ଡାନ୍ସ ଗ୍ରୁପ । ରାମଚରଣଙ୍କ ସହିତ ଓଡ଼ିଶାର ପ୍ରାୟ ଅଢ଼େଇଶହ କଳାକାର ଏଥିରେ ନୃତ୍ୟ ପରିବେଷଣ କରିଛନ୍ତି। ଫେଟ ଫାଇଟର୍ସ ଡାନ୍ସ ଗ୍ରୁପର ପ୍ରତିଷ୍ଠାତା ତଥା ପୁରୀ ବାସିନ୍ଦା ଜ୍ଞାନରଞ୍ଜନ ମହାନ୍ତି କହିଛନ୍ତି ଭାରତରେ ଅନେକ ବଡ଼ ଡାନ୍ସ ଗ୍ରୁପ ଥିବାବେଳେ ପୁରୀର ଏକ ଛୋଟିଆ ଡାନ୍ସ ଗ୍ରୁପକୁ ସୁଯୋଗ ମିଳିବା ଓଡ଼ିଶା ପାଇଁ ଗୌରବର ବିଷୟ।
୨୦୨୧ ମସିହାରୁ ଏହି ଫିଲ୍ମର ନିର୍ମାଣ ଆରମ୍ଭ ହୋଇଥିଲା। ଓଡ଼ିଶାର ପାରମ୍ପରିକ ନୃତ୍ୟ କଳା ରଣପା, ଘୁମୁରା ଓ ସମ୍ବଲପୁରୀ ବାଦ୍ୟକୁ "ରା ମାଚା ମାଚା" ଗୀତରେ ଅନ୍ତର୍ଭୁକ୍ତ କରାଯାଇଛି। ଯାହା ପ୍ରମାଣିତ କରିଛି ଓଡ଼ିଶାର ନୃତ୍ୟ କଳା ଦେଶ ବିଦେଶରେ ଦୃଷ୍ଟି ଆକର୍ଷଣ କରୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ବିଜେଡି ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛି ବିଜେପି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି। ବିରୋଧୀ ଦଳ ହେବାକୁ ଅଭ୍ୟାସ କରନ୍ତୁ। 100 ଦିନର ସରକାରକୁ କହୁଛନ୍ତି, କିନ୍ତୁ 24 ବର୍ଷ କଥାକୁ ଭୁଲି ଯାଉଛନ୍ତି । ନୂଆ ସରକାରଙ୍କ ଦ୍ବାରା କରାଯାଉଥିବା ବିକାଶକୁ ଗ୍ରହଣ କରନ୍ତୁ ଅସହିଷ୍ଣୁ ହୁଅନ୍ତୁ ନାହିଁ। ନବୀନ ଓଡ଼ିଶାରେ ଦାରିଦ୍ର୍ୟ କମିଥିବା କହୁଛନ୍ତି, ହେଲେ 25 ବର୍ଷରେ ଓଡିଶାକୁ ଲୁଟିଛନ୍ତି ବିଜେଡି ନେତା ମନ୍ତ୍ରୀ। ଚିଟଫଣ୍ଡର ବ୍ରାଣ୍ଡ ଆମ୍ବାସାଡର ସାଜି ଓଡିଶାବାସୀଙ୍କୁ ଲୁଟିଛନ୍ତି ।
ଖଣି ମାଫିଆଙ୍କ ସୁରକ୍ଷା ଦାତା ପାଲଟିଥିଲେ ବିଜେଡି ନେତା। ସ୍ବାସ୍ଥ୍ୟରେ ବିକାଶ କଥା କହୁଛନ୍ତି, ହେଲେ ଗ୍ରାଉଣ୍ଡରେ ଡାକ୍ତର ନାହାନ୍ତି, ଆମେ ଆୟୁଷ୍ମାନ ଭାରତ ଲାଗୁ କରି ଗୋପବନ୍ଧୁଙ୍କ ନାଁରେ ଯୋଜନା ଆରମ୍ଭ କଲୁ, ନିଜ ବାପାଙ୍କ ନାଁ କଟିଲା ବୋଲି ନବୀନ ବିଳି ବିଳାଉଛନ୍ତି । ଶିକ୍ଷା କଥା କହିଲେ ରାଜ୍ୟରେ 10 ହଜାର ସ୍କୁଲ ବନ୍ଦ କରିବା ଆଉ ଶିକ୍ଷକ ଅଭାବ ନବୀନଙ୍କ ଅବଦାନ। ବିଜେପି ଯାହା କହିଥିଲା ତାକୁ 100 ଦିନରେ ପୂରଣ କରିଛି।
ସେମାନେ ମହିଳାଙ୍କୁ 5 ଟଙ୍କା ଦେଇନଥିଲେ ବିଜେପି କୋଟିଏରୁ ଅଧିକ ମହିଳାଙ୍କୁ 50 ହଜାର ଟଙ୍କା ଲେଖାଏଁ ଦେବ ବୋଲି କହିଛନ୍ତି ମନୋଜ ମହାପାତ୍ର। ବିଜେଡି ପଦଯାତ୍ରାରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଉପରେ ଆକ୍ରମଣ କରିଥିଲେ, କହିଥିଲେ ମିଛ କଥା କହି ନିର୍ବାଚନ ଜିତି ପାରନ୍ତି କିନ୍ତୁ ହୃଦୟ ନୁହେଁ। ମିଛ କଥା ହେଲା ବିଜେପିର USP। ବିଜେଡି ଲୋକଙ୍କ ହୃଦୟରେ ଅଛି ସବୁବେଳେ ରହିବ।
ଆହୁରି ପଢନ୍ତୁ ଓଡିଶା ଖବର...