ସାଉଥ ଆଫ୍ରିକା ଏବଂ ଭାରତ ସିରଜ ପାଇଁ ଉଭୟ ଦଳ ଖେଳାଳିଙ୍କ ନାମ ଘୋଷଣା ହୋଇ ସାରିଛି । ଉଭୟ ଦଳରେ ରହିଛନ୍ତି ଯୁବ ଖେଳାଳି । ଭାରତ ପକ୍ଷରୁ ଉମରାନ ମଲିକ ଏବଂ ଅଭେଶ ଖାଁ ପ୍ରଥମ ଥର ପାଇଁ ଟିମରେ ସ୍ଥାନ ପାଇଛନ୍ତି। ସେପଟେ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବାରବାଟୀରେ ଦେଖିବକୁ ମିଳିବନି। ତାଙ୍କୁ ଟିମରେ ସାମିଲ କରାଯାଇନାହି। ତେବେ ଭାରତୀୟ ଦଳରେ କେ ଏଲ ରାହୁଲ, ଋତୁରାଜ୍ ଗାଇକୱାର୍ଡ, ଦିନେଶ କାର୍ତ୍ତିକ , ଭେଙ୍କଟସ ଆୟର , ଇସାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା ,ଚହଲ, ରିଷଭ ପନ୍ତ, ଭୁବନେଶ୍ୱର କୁମାର ଭଳି ଅଭିଜ୍ଞ ଖେଳାଳି ସ୍ଥାନ ପାଇଛନ୍ତି। ସାଉଥ ଆଫ୍ରିକାର ମଧ୍ୟ ଅଭିଙ୍ଗ ଖେଳାଳି ରହିଛନ୍ତି। ତେଣୁ ବାରବାଟୀ ଆଉଟ ଫିଲଡ ବେଶ ଭଲ ରହିଛି।
ସେପଟେ ହାତରେ ଆଉ କମ ସମୟ ଥିବାରୁ ପିଚ, ପଡିଆ, ଗ୍ୟାଲେରୀ ସହିତ ସରିଲାଣି ସମସ୍ତ ପ୍ରସ୍ତୁତି । ଅନ୍ୟ ପଟରେ ଆଜି କଟକ ଡିସିପି, ସିଏମସି କମିସନର ଓ ଓସିଏ କର୍ତ୍ତୃପକ୍ଷ ଅନ୍ୟ ବିଭାଗର ଅଧିକାରୀ ମାନଙ୍କୁ ଧରି ବାଲିଯାତ୍ରା ପଡିଆ ବୁଲି ପାର୍କିଂ ସଂପର୍କରେ ସମୀକ୍ଷା କରିଛନ୍ତି । ତଳ ବାଲିଯାତ୍ରା ପଡିଆରେ ୨୫ ଏକର ସ୍ଥାନକୁ ମାଟି ପକାଇ ପାର୍କିଂ ଉପଯୋଗୀ କରାଯିବ। ଏଥି ସହିତ ଭିଭିଆଇପି ପାର୍କିଂ ପାଇଁ ଉପର ବାଲିଯାତ୍ରା ପଡିଆକୁ ମଧ୍ୟ ପ୍ରସ୍ତୁତ କରାଯାଉଛି ।
ଅନ୍ୟ ପକ୍ଷରେ ଷ୍ଟାଡିୟମ ଭିତରେ ଓ ବାହାରେ ପର୍ଯ୍ୟାପ୍ତ ପିଇବା ପାଣି ଯୋଗାଇ ଦେବାକୁ ସିଏମସି ପକ୍ଷରୁ ଜଳଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ନିରବଚ୍ଛିନ୍ନ ବିଜୁଳି ଯୋଗାଇବା ପାଇଁ ମଧ୍ୟ ଆଲୋଚନା ହୋଇଛି । ମୋଟାମୋଟି ପ୍ରସ୍ତୁତି ଭଲ ରହିଛି ବୋଲି ଓସିଏ କର୍ତ୍ତୃପକ୍ଷ କହିଛନ୍ତି ।