ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଧୋନୀ
ସନ୍ରାଇଜର୍ସ ଶେଷ ୨ଟି ଲିଗ୍ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିସ ଓ ପଞ୍ଜାବ କିସକୁ ହରାଇ ଦୃଢ଼ ମନୋବଳରେ ରହିଛି। ସବୁ ବିଭାଗରେ ଦଳ ଭଲ ପ୍ରଦର୍ଶନ କରୁଛି । ଖାସ୍ କରି ବ୍ୟାଟିଂ ବିଭାଗ ଦୃଢ଼ ରହିଛି । ଟ୍ରେଭିସ୍ ହେ ଅଭିଷେକ ଶର୍ମା, ଆଡେନ୍ ମାରକ୍ରମ, କ୍ଲାସେନ୍ଙ୍କ ସମେତ ଯୁବ ବ୍ୟାଟିଂ ବିସ୍ମୟ ନିତିଶ କୁମାର ରେଡୀ ଫର୍ମରେ ଅଛନ୍ତି । ସେହିପରି ଯଦି ବେଙ୍ଗାଲୁରୁ କଥା ଚିନ୍ତା କରାଯାଏ ତାହାଲେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ବୋଲିଂ ବିଭାଗ ଦୁର୍ବଳ ରହିଛି। ତେବେ ଆର୍ସିବି ମୋଟ ୬ଟି ମ୍ୟାଚରୁ ୧ ଟି ମ୍ୟାଚରେ ଜିତିବାରେ ସଫଳ ହୋଇଛି। ଆଜିର ମ୍ୟାଚକୁ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଫାଫ୍ ବାହୀନି।