ଈଶାନ କିଶନ ଓ ରୋହିତ ଶର୍ମା ୮.୫ ଓଭରେ ୧୦୧ ରନ୍ ଯୋଡ଼ି ଦୃଢ଼ ମୁଳଦୁଆ ପକାଇଥିଲେ। ଈଶାନ (୬୯, ୩୪ ବଲ୍, ୭ ଚୌକା, ୫ ଛକା) ୨୩ ବଲରୁ ଅର୍ଦ୍ଧଶତକ ଅର୍ଜନ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର୍ ୧୩୯ ରନ୍ ଥିଲା ବେଳେ ରୋହିତ (୩୮) ପାଭିଲିୟନ ଫେରିଥିଲେ।
ଏହାପରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୭ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ବିଜୟର ନିକଟତର କରିଥିଲେ। ସୂର୍ଯ୍ୟ (୫୨, ୧୯ ବଲ୍, ୫ ଚୌକା, ୪ ଛକା) ଆଉଟ୍ ହେବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୨୧, ୬ ବଲ୍, ୩ ଛକା) ଓ ତିଲକ ବର୍ମା (୧୬, ୧୦ ବଲ୍, ୩ ଚୌକା) ଅପରାଜିତ ରହିଥିଲେ। ଆକାଶ ଦୀପଙ୍କୁ ଛକା ମାରି ହାର୍ଦ୍ଦିକ ବିଜୟ ମୁଣ୍ଡି ମାରିଥିଲେ। ଏଥିସହ ୱାଙ୍ଖଡେରେ ୨୦୧୫ ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆର୍ସିବି ହାରାଇ ପାରିନାହିଁ। ଗତବର୍ଷ ମଧ୍ୟ ଏଠାରେ ଆର୍ସିବି ୧୯୯ ରନ୍ କରିବା ସତ୍ତ୍ବେ ୨୧ ବଲ୍ ପୂର୍ବରୁ ୬ ୱିକେଟ୍ରେ ହାରିଥିଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର