ପରିସଂଖ୍ୟାନକୁ ଦେଖିଲେ ଏହି ଆରୋପ ମିଥ୍ୟା ବୋଲି ପ୍ରତୀତ ହୁଏ । ନିଜ କ୍ୟାରିୟର ଆରମ୍ଭରୁ ବିରାଟ କୋହଲି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସହ ରହି ଆସିଛନ୍ତି । ଚଳିତ ଆଇପିଏଲରେ ମଧ୍ୟ ସେ 600 ରୁ ଉର୍ଦ୍ଧ୍ବ ରନ କରିଛନ୍ତି । ବିରାଟ 6 ଥର ଆଇପିଏଲର ଭିନ୍ନ ଭିନ୍ନ ସଂସ୍କରଣରେ 500 ରନର ଟ୍ରେଡ ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି। 2016 ତାଙ୍କର ଆଇପିଏଲ କ୍ୟାରିୟରର ଶ୍ରେଷ୍ଠ ବର୍ଷ ଥିଲା । ଏହି ସିଜନରେ ସେ 900 ରୁ ଅଧିକ ସ୍କୋର କରିଥିଲେ ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରି ନାହାଁନ୍ତି । 2016 ରେ ବିରାଟ କୋହଲି 152.03 ଷ୍ଟ୍ରାଇକ ରେଟ ସହ 81.08 ଆଭରେଜରେ 16 ମ୍ୟାଚରୁ 973 ରନ କରିଥିଲେ । କିନ୍ତୁ ଆରସିବି ସେହି ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଫାଇନାଲ୍ ହାରି ଯାଇଥିଲା । 2018ରେ 139.01 ଷ୍ଟ୍ରାଇକ ରେଟ ସହ 14 ମ୍ୟାଚରୁ 530 ରନ କରିଥିଲେ । ଏଥିରେ 4 ଅର୍ଦ୍ଧଶତକ ସାମିଲ ଥିଲା । ସେହିପରି 2013 ସଂସ୍କରଣରେ ମଧ୍ୟ ସେ 138. 73 ଷ୍ଟ୍ରାଇକ ରେଟରେ 600 ରୁ ଅଧିକ ସ୍କୋର କରିଥିଲେ । 2013 ସଂସ୍କରଣରେ ସେ 4 ଟି ଅର୍ଦ୍ଧଶତକ ମାରିଥିଲେ ।
କନଭର୍ଜନ ରେଟକୁ ହିସାବକୁ ନେଲେ ଗତକାଲିର ମ୍ୟାଚରେ ବିରାଟ 35 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ପରେ ରନ ସଂଗ୍ରହର ଗତି ବଢ଼ାଇ ମାତ୍ର 61 ବଲରୁ 101 ରନ କରିଥିଲେ ବିରାଟ । ସେହିପରି ଗତ ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ 35 ବଲରୁ 52 ଅର୍ଦ୍ଧଶତକ ହାସଲ କରିଥିବା ବିରାଟ ପରେ ମାତ୍ର 63 ବଲରୁ 100 ରନ ସ୍କୋର କରିଥିଲେ । ଏହା ପରେ ମଧ୍ୟ କେତେଜଣ କ୍ରିକେଟ ପଣ୍ତିତ ତାଙ୍କୁ ଚୋକର୍ସ ହିସାବରେ ମାନ୍ୟତା ଦିଅନ୍ତି । ଲକ୍ଷ୍ନୌ ବିପକ୍ଷ ପ୍ରଥମ ମ୍ୟାଚରେ 44 ବଲରୁ 61 ରନ କରିଥିଲେ ବିରାଟ । ହର୍ଷ ଭୋଗଲେ ଏହାକୁ ଟେଷ୍ଟ ନକର ଆଖ୍ୟା ଦେଇଥିଲେ। କିନ୍ତୁ ପରେ ପରେ 45 ବଲରୁ 65 ରନ କରିଥିବା ରୋହିତ ଶର୍ମାଙ୍କ ପାଳିକୁ ଭୂୟସୀ ପ୍ରଶଂସା କରିଥିଲେ ହର୍ଷ ।
ବିରାଟ ସବୁବେଳେ ବଡ଼ ମ୍ୟାଚର ଖେଳାଳି ହୋଇ ରହି ଆସିଛନ୍ତି । ତାଙ୍କ ପାଇଁ ଯେ ଦଳ ହାରୁଛି କହିବା ଭୁଲ ହେବ । କ୍ରିକେଟ ଏକ ଦଳଗତ ଖେଳ ହୋଇଥିବା ବେଳେ କେବଳ ଜଣେ ପ୍ଲେୟର ଉପରେ ଡିପେଣ୍ତ କରିବା, ପରାଜୟ ପାଇଁ କେବଳ ଜଣଙ୍କୁ ହିଁ ଦାୟୀ କରିବା କେବଳ ହାସ୍ୟାସ୍ପଦ।
ଅଧିକ ପଢ଼ନ୍ତୁ ଖେଳ ଖବର