ଫଳରେ ଆବଶ୍ୟକ ରନ୍ ଦ୍ରୁତ ଗତିରେ କମିବା ସହ ଶେଷ ଓଭରରୁ ୧୫ ରନ୍ର ଦରକାର ଥିଲା। ଆୱେସ ଖାନ୍ଙ୍କ ପ୍ରଥମ ୩ ବଲ୍ରୁ ରସିଦ ୧୦ ରନ୍ ଅମଳ କରି ନେଇଥିଲେ। ଚତୁର୍ଥ ବଲ୍ରେ ସେ ଏକ ରନ୍ କରି ନନ୍ଷ୍ଟ୍ରାଇକର୍ ପଟକୁ ଯିବା ପରେ ପଞ୍ଚମ ବଲରୁ ୩ ରନ୍ ନେବା ଲୋଭରେ ତିୱାତିଆ ରନ୍ଆଉଟ୍ ହେବା ମ୍ୟାଚ୍ର ଉତ୍କଣ୍ଠାକୁ ବଢ଼ାଇଥିଲା। ତେବେ ଶେଷ ବଲ୍କୁ ଷ୍ଟାଇଲ୍ରେ ସୀମାରେଖା ବାହାରକୁ ପଠାଇ ରସିଦ୍ ହିଁ ଗୁଜରାଟ ବିଜୟର ମୁଣ୍ଡି ମାରିଥିଲେ। ପୂର୍ବରୁ ଅଧିନାୟକ ଶୁବମନ୍ ଗିଲ୍ ୭୨ ଓ ସାଇ ସୁଦର୍ଶନ ୩୫ ରନ୍ କରି ଗୁଜରାଟ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଗିଲ୍ ତାଙ୍କର ଏହି ଅର୍ଦ୍ଧଶତକୀୟ ପାଳି ବଳରେ ଟ୍ବେଣ୍ଟି-୨୦ରେ ୪,୦୦୦ ରନ୍ ପୂରଣ କରିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର