ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଇଶାନ କିଷାନ ଓ ଶୁଭମନ ଗିଲ ପାଳି ଆରମ୍ଭ କରିଥିଲେ । ହେଲେ ଇଶାନ ଆରମ୍ଭରୁ ପାଭିଲିୟନ ଫେରିଯାଇଥିଲେ। ପ୍ରଥମ ୱିକେଟରେ ରାହୁଲ ତ୍ରିପାଠୀ ଗିଲଙ୍କ ସହ ଭଲ ପାର୍ଟନରସିପ କରିଥିଲେ । ଗୋଟିଏ ପଟେ ଶୁଭମନ ଗିଲ ରନ କରିଚାଲିଥିଲା ବେଳେ ଆଉ ଗୋଟିଏ ପଟେ ୱିକେଟ ଗଳି ଚାଲିଥିଲା । ହେଲେ ଗିଲ ଶେଷ ଯାଏଁ ବ୍ୟାଟିଂ ଜାରି ରଖିଥିଲେ । ଭାରତ ପକ୍ଷରୁ ଗିଲ ୧୨୬, ରାହୁଲ ତ୍ରିପାଠୀ ୪୪, ହାର୍ଦ୍ଦିକ ପାଣ୍ଡ୍ୟା ୩୦ ଓ ସୂର୍ଯ୍ୟ କୁମାର ୨୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୨୩୪ ରନ କରିଥିଲା ।
ଶେଷ ଟି-୨୦ରେ ଭାରତ ବାଜି ମାରିନେଇଛି : ୬୬ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ

ଅର୍ଗସ ବ୍ୟୁରୋ: ଆଜି ଶେଷ ଟି-୨୦ରେ ଭାରତ ବାଜି ମାରିନେଇଛି । ବ୍ୟାଟିଂ ପରେ ବୋଲିଂରେ ଚମତ୍କାର ପ୍ରଦର୍ଶନ ପରେ ଭାରତ ଏହି ବିଜୟ ହାସଲ କରିଛି । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୪ ୱିକେଟର ସଫଳତା ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ୬୬ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଏହି ମ୍ୟାଚରେ ଭାରତ ୧୬୮ ରନରେ ବିଶାଳ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ୨-୧ରେ ସିରିଜ ମଧ୍ୟ ଜିତିନେଇଛି ।
Download Argus News App
