ଫ୍ୟାନମାନଙ୍କର ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି। ଚଳିତବର୍ଷ ବିଦେଶରେ ପ୍ରଥମଥର ନିଲାମ ହେବେ ଖେଳାଳି। ଏହି ନିଲାମିରେ ୩୩୩ ଖେଳାଳିଙ୍କ ନାମରେ ନିଲାମ ଡକାଯିବ। ନିଲାମ ହେବାକୁ ଥିବା ୩୩୩ ଖେଳଳିଙ୍କ ମଧ୍ୟରୁ ୨୧୪ଜଣ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ଜଣ ଖେଳଳି ବିଦେଶ ପ୍ଲେୟର ଅଛନ୍ତି। ଏଥିରେ ୧୧୧ କ୍ୟାପ ଏବଂ ୨୧୫ ଅନକ୍ୟାପ ଖେଳାଳି ରହିଛନ୍ତ। ଆଇପିଏଲ ୨୦୨୪ ଲାଗି ୧୦ଟି ଫ୍ରାଞ୍ଚାଇଜ ମୋଟ ୭୭ ଖେଳାଳିଙ୍କୁ କିଣିପାରିବେ। ଦେଖିବାକୁ ଗଲେ ମୋଟ ୩୩୩ରୁ ମାତ୍ର ୭୭ ଖେଳାଳି ହିଁ ବିକ୍ରି ହେବେ।
Welcome to Dubai! 🌇
We are all set for the #IPLAuction 🔨
The 🏆 in all its glory ✨#IPL pic.twitter.com/BZ2JpT0awP — IndianPremierLeague (@IPL) December 17, 2023
ତେବେ ୩୩୩ ଖେଳାଳିଙ୍କ ମଧ୍ୟରେ ୨୩ଜଣ ଏପରି ଅଛନ୍ତି। ଯେଉଁମାନଙ୍କ ବେସ ପ୍ରାଇସ ୨କୋଟି ରହିଛି। ଯେଉଁଥିରେ ୧୩ ଖେଳାଳିଙ୍କର ବେସ ପ୍ରାଇସ ୧.୫ କୋଟି ରଖାଯାଇଛି। ଏହାବ୍ୟତୀତ ୧କୋଟି, ୫୦ଲକ୍ଷ, ୭୫ଲକ୍ଷ, ୪୦ଲକ୍ଷ, ୩୦ଲକ୍ଷ ଏବଂ ୨୦ଲକ୍ଷ ବେସ ପ୍ରାଇସର ଖେଳାଳି ବି ତାଲିକାରେ ସାମିଲ ଅଛନ୍ତି।
ତେବେ ଗୁଜରାଟ ଟାଇଟାନ୍ସ ଟିମ ପାଖରେ ସର୍ବାଧିକ ଟଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ଟାଇଟାନ ପର୍ସରେ ୩୮.୧୫ କୋଟି ରହିଛି। ଆସନ୍ତା ନିଲାମରେ ଏହି ଟଙ୍କା ବଳରେ ଟିମ ସର୍ବାଧିକ ୮ଜଣ ଖେଳଳି ହିଁ କିଣିପାରିବ। ସେପଟେ ଲକ୍ଷ୍ନୌ ସୁପର ଜାଏଣ୍ଟସର ପର୍ସରେ ସବୁଠୁ କମ ୧୩.୧୫ କୋଟି ଟଙ୍କା ରହିଛି। କେ.ଏଲ ରାହୁଲଙ୍କ ଅଧିନାୟକତ୍ବରେ ଏହି ଟିମ ଆଉ ୬ଜଣ ଖେଳାଳିଙ୍କୁ କିଣିବ ବୋଲି ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର