ତେବେ କିଛିଟା ଫ୍ରାଞ୍ଚାଇଜ ମଧ୍ୟ ତାଙ୍କୁ ନିଲାମରେ କିଣି ଦଳରେ ସାମିଲ କରିପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞମାନେ କହିଛନ୍ତି । ଏହି ଲିଷ୍ଟରେ ପ୍ରଥମ ନାମ ରହିଛି କିଙ୍ଗସ ଏକାଦଶ ପଞ୍ଜାବ । କେବଳ ଦୁଇ ଲେଗ ସ୍ପିନରଙ୍କୁ ଛାଡି ଦେଲେ ଦଳରେ ଅନ୍ୟ କୌଣସି ଅଫ ସ୍ପିନର ନାହାନ୍ତି ଏବଂ ଦଳରେ ଥିବା ସମସ୍ତ ସ୍ପିନରଙ୍କ ନିକଟରେ ଅଭିଜ୍ଞତା ବହୁତ କମ ଏହି ଦୃଷ୍ଟିରୁ ପଞ୍ଜାବ ତାଙ୍କୁ ଦଳରେ ସାମିଲ କରିପାରେ । ସେହିପରି ଅନ୍ୟ ଏକ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲସ ନିକଟରେ ମଧ୍ୟ ଅଭିଜ୍ଞ ସ୍ପିନର ନାହାନ୍ତି ।
ଦଳରେ କେବଳ ଶ୍ରେୟାସ ଗୋପାଳ ଜଣେ ଜଣା ଶୁଣା ସ୍ପିନର ଭାବେଥିବା ବେଳେ ରାହୁଲ ତେୱତୀୟା ଏବଂ ରିୟାନ ପରାଗ ଭାବେ ଦୁଇ ଜଣ ସ୍ପିନ ବୋଲିଂଗ ଅଲ ରାଉଣ୍ଡର ରହିଛନ୍ତି । ତେବେ ରାଜସ୍ଥାନ ରୟାଲସ ଦଳ ମଧ୍ୟ ତାଙ୍କୁ ଆଗାମୀ ଆଇପିଏଲ ନିଲାମରେ ଦଳରେ ସାମିଲ କରିପାରେ । ଅନ୍ୟ ପକ୍ଷରେ ବୟସ ଅଧିକ ହେବାରୁ ଏବଂ ବେସ ପ୍ରାଇସ ଅଧିକା ଥିବାରୁ ତାଙ୍କୁ କେହି କିଣି ନପାରନ୍ତି ବୋଲି ଆଉ କିଛି ଜଣ ମତ ଦେଇଛନ୍ତି ।