କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ଡିଭୋର୍ସ ହୋଇଯାଇଥିଲା,ପୁଅ ଅଗସ୍ତାକୁ ନେଇ ସର୍ବିଆକୁ ଚାଲିଯାଇଥିଲେ ପତ୍ନୀ। ପୁଅ କଥା ପାଣ୍ଡ୍ୟାଙ୍କର ମନେ ପଡୁଛି,କିନ୍ତୁ ଆଉ ମନେ ପଡୁନାହାନ୍ତି ନତାଶା। କୁଆଡେ ମନେ ପଡୁଛନ୍ତି ନୂଆ ପ୍ରେମିକା ଅନନ୍ୟା,ସେଥିପାଇଁ ତ ଆନୋମନା ହୋଇଯାଇଛନ୍ତି ହାର୍ଦ୍ଦିକ । କିଛି ଦିନ ପୂର୍ବରୁ ଅମ୍ବାନୀଙ୍କ ବିବାହ ପାର୍ଟିରେ ନିକଟତର ହୋଇଥିଲେ ହାର୍ଦ୍ଦିକ-ଅନନ୍ୟା। ଉଭୟଙ୍କ ଡ୍ୟାନ୍ସ ଦେଖି ଆଖି ଲାଖି ଯାଇଥିଲା ଦେଖଣାହାରୀଙ୍କର,ଡ୍ୟାନ୍ସରେ ବି ପ୍ରେମର ଝଲକ ଦେଖିବାକୁ ମିଳୁଥିଲା,ଆଉ ସେବେ ଠୁ ସେମାନଙ୍କ ଭିତରେସମ୍ପର୍କ କୁଆଡେ ନିବିଡ ହୋଇଚାଲିଛି,ପାଣ୍ଡିଆଙ୍କ ଅସମୟରେ ସାନ୍ତନା ଦେଉଛନ୍ତି ଅନନ୍ୟା ।
ବିଭିନ୍ନ ଆଡେ ଲୁଚିଛପି ଉଭୟ ଉଭୟଙ୍କୁ ଭେଟୁଥିବାର ଖବର ମଧ୍ୟ ଆସୁଛି। ସେମାନେ ପୂର୍ବରୁ ଭଲ ସାଙ୍ଗମଧ୍ୟ ଥିଲେ,ଆଉ ଏବେ ଆପଣଙ୍କମାନେ ବୁଝିସାରିଥିବେ ନିଶ୍ଚୟ। କିଛି ଦିନ ପୂର୍ବରୁ ହାର୍ଦ୍ଦିକ ତାଙ୍କ ପତ୍ନୀଙ୍କୁ ଡିଭୋର୍ସ ଦେଇଥିବା ଖବର ଶୁଣି ଫ୍ୟାନମାନଙ୍କୁ ଝଟକା ଲାଗିଥିଲା। ଖୁବଶୀଘ୍ର ଫ୍ୟାନ୍ସ ଶୁଣିବେ ଖୁସି ଖବର। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ସଭିଏଁ କହୁଛନ୍ତୁ ଧରିପଡିଗଲା ପାଣ୍ଡ୍ୟା