ପ୍ରଥମ ଦିନରେ ଚମକିଥିଲେ ରିଷଭ ପନ୍ତ । ଏହି ମ୍ୟାଚରେ ସେ ୯୭ ବଲରୁ ୯୬ ରନ କରିଥିଲେ । ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ ଅଛି ।
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ବ୍ୟାଟିଂ ଆରମ୍ଭ କରିଥିଲେ ମୟଙ୍କ ଅଗ୍ରୱାଲ ଓ ରୋହିତ ଶର୍ମା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଦଳ ପକ୍ଷରୁ ପନ୍ତ ୯୬, ହନୁମା ବିହାରୀ ୫୮, ବିରାଟ କୋହଲି ୪୫ ରନ କରିଥିଲେ ।