ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଚଳିତ ଆଇପିଏଲ୍ରେ ଷଷ୍ଠ ମ୍ୟାଚ୍ରୁ ପଞ୍ଚମ ବିଜୟ ପାଇ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ରାଜସ୍ଥାନ ରୟାଲ୍ସ । ଶନିବାର ପଞ୍ଜାବ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ଗୋଟିଏ ବଲ୍ ପୂର୍ବରୁ ୩ ୱିକେଟ୍ରେ ହରାଇଦେଇଛି ରାଜସ୍ଥାନ ରୟାଲ୍ସ। ଶନିବାରର ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପୁଣି ଥରେ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇ ମାତ୍ର ୧୪୮ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ମାତ୍ର ଗୋଟିଏ ବଲ୍ ବାକି ଥାଇ ହାସଲ କରି ନେଇଥିଲା ରାଜସ୍ଥାନ । ଦଳ ପକ୍ଷରୁ ଶେଷ ଆଡକୁ ସିମ୍ରନ୍ ହେଟ୍ମାୟର୍ ମାତ୍ର ୧୦ ବଲ୍ରୁ ୨୭* ରନ୍ କରି ରାଜସ୍ଥାନକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବର୍ଷିଲା ବିଜେପି । ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଓଡ଼ିଶାର ଚାଷୀ 5 ହାଜର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛି । ମାତ୍ର 17 ଭାଗ ଜମିରେ ଜଳସେଚନ ହୋଇଛି । 3 ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲା ।
2014ରେ କହିଲେ 10 ଲକ୍ଷ ହେକ୍ଟର ଜଳସେଚନ ହେବ ବୋଲି କହିଲେ । 2019ରେ କହିଥିଲା 35 ପ୍ରତିଶତ ଜମିଜଳ ସେଚନ ହେବ । ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ । ବିଧାନସଭାରେ ମନ୍ତ୍ରୀ କହିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । କାଳିଆ ଯୋଜନାରେ 75 ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି କହିଥିଲେ କିନ୍ତୁ ମାତ୍ର 44 ଲକ୍ଷ ଚାଷୀଙ୍କୁ ଦେଲେ ବୋଲି ଅଭିଯୋଗ ଆଣିଛି ବିଜେପି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆମକୁ ଅନେକ ସମୟରେ ଦିନରେ ମଧ୍ୟ ନିଦ ଆସିଥାଏ । ତା ପାଇଁ ବହୁତ କିଛି କାରଣ ହୋଇଥାଏ । କୁହାଯାଏକି ଭିଟାମିନର ଅଭାଵ ହେଲେ ସଵୁବେଳ ନିଦ ଆସିଥାଏ ।
କୁହାଯାଏକି ଭିଟାମିନ B12ର ଅଭାଵ ହେଲେ ସବୁ ସମୟରେ ନିଦ ଲାଗିଥାଏ । ଭିଟାମିନ B12 ଆମ ଶରୀରକୁ ଶକ୍ତି ଯୋଗାଥାଏ । ଭିଟାମିନର ଅଭାବ ଅନେକ ରୋଗର କାରଣ ସେଥିପାଇଁ ଭିଟାମିନ B12ର ଅଭାଵରେ ଶରୀର ଦୃର୍ଵଳ ହୋଇପଡେ । ଶରୀରରେ ଦୃର୍ଵଳ ଅନୁଭଵବ ହେଲେ ମଣିଷ ସବୁ ସମୟରେ ଥକ୍କା ପଣ ଅନୁଭବ କରିଥାଏ ।
ଏଥିସହିତ ଅତ୍ୟଧିକ ଥକ୍କା ଲାଗିଵା ଦ୍ଵାରା ଦିନ ସମୟରେ ମଧ୍ୟ ନିଦ ଆସିଥାଏ । ଭିଟାମିନ୍ ବି 12 ରକ୍ତ ସଂଚାଳନ ଭଲରେ ହେଵାର ସାହାର୍ଯ୍ୟ କରିଥାଏ । ଭିଟାମିନ୍ B12 ର ଅଭାବ ହେତୁ ଉଦାସୀନତା ଏବଂ ଚିନ୍ତା ଅଧିକ ହୋଇଥାଏ । ଯଦି B12ର ଅଭାବାକୁ ଦୂର କରିଵାକୁ ଚାହୁଁଛନ୍ତି ତେବେ ସପ୍ତାହକୁ ୪ଥର ଅଣ୍ଡା, ମାଛ, ମାସଂ ଖାଆନ୍ତୁ ତାହା ସହ ପ୍ରତ୍ୟେକ ଦିନ ଦୁଗ୍ଧ ପଦାର୍ଥ ଖାଇବା ଆଵଶ୍ୟକ ହୋଇଥାଏ । ଏଥିସହ ଭିଟାମିନ୍ ଡି ଅଭାବ ମଧ୍ୟ ଥକାପଣର କାରଣ ହୋଇପାରେ ।
ତେବେ ପ୍ରତ୍ୟେକ ଦିନ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ଶରୀରକୁ ସୁସ୍ତ ରଖନ୍ତୁ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: