ରନ୍ ପାଇଁ ସଂଘର୍ଷ କରୁଥିବା ଏହି ଶାନ୍ତ ସ୍ବଭାବର ଖେଳାଳି ୩୬ ବଲ୍ରୁ ୫୦ ଟପିଥିଲେ ମଧ୍ୟ ପରବର୍ତୀ ୫୦ ରନ୍ ପାଇଁ ମାତ୍ର ୧୯ ବଲ୍ ଖେଳିଥିଲେ। ଏଥି ସହ ୯ ନମ୍ବର ବ୍ୟାଟର୍ ଆୱେସ ଖାନ୍ (୦)ଙ୍କୁ ବଲ୍ ଖେଳିବାକୁ ନ ଦେଇ ନବମ ୱିକେଟ୍ ପାଇଁ ଶେଷ ୧୫ ବଲ୍ରୁ ୩୮ ରନ୍ ଯୋଡ଼ି ବିଜୟ ଛଡ଼ାଇ ଆଣିଥିଲେ।
ଶେଷ ଓଭର ବୋଲିଂ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଛକା ମାରି ଶତକ ପୂର୍ଣ୍ଣ କରିବା ସହ ଶେଷ ବଲରୁ ଏକ ରନ୍ ସଂଗ୍ରହ କରି ବଟଲର ମ୍ୟାଚ୍କୁ ଶେଷ କରିଥିଲେ। ଯଶସ୍ବୀ ଜୟସ୍ବାଲ, ରିୟାନ ପରାଗଙ୍କ ସହ ସଂଜୁ ସାମ୍ସନ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ଖେଳିପାରି ନଥିଲେ। ପାୱେଲ ଓ ବଟଲର୍ଙ୍କ ପାଳି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ବଟ୍ଲର୍ ଚଳିତ ସିଜନ୍ରେ ଦ୍ବିତୀୟ ଶତକ ସହ ମୋଟ ଉପରେ ସପ୍ତମ ଶତକ ମାରି ଆଇପିଏଲ୍ ଅଗ୍ରଣୀ ତାଲିକାରେ ଦ୍ବିତୀୟକୁ ଉଠିଛନ୍ତି। ସେ କ୍ରିସ୍ ଗେଲ୍ (୬)ଙ୍କୁ ଅତିକ୍ରମ କରିଥିବାବେଳେ ଏବେ ଶୀର୍ଷରେ ଥିବା ବିରାଟ କୋହଲି (୮)ଙ୍କ ପଛରେ ପହଞ୍ଚିଯାଇଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର