ମୋହାଲି ଟେଷ୍ଟରେ ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନର ଇନିଂସ ଖେଳିଥିଲେ ଜାଡେଜା । ଉଭୟ ଇନିଂସରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନଙ୍କୁ ବୋଲିଂର ପାଣି ପିଆଇ ଦେଇଥିଲେ ସାର ଜାଡେଜା ।୨ଟି ଇନିଂସରେ ୯ ଓ୍ବିକେଟ ନେଇ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ସେତେବେଳେ ତାଙ୍କର ଆଇସିସି ପଏଣ୍ଟ ଥିଲା ୪୩୮ । ଶ୍ରୀଲଙ୍କା ମ୍ୟାଚ୍ ପୂର୍ବରୁ ସେ ଅଲରାଉଣ୍ଡର ରାଙ୍କିଂରେ ୩ ନମ୍ବରରେ ଥିଲେ । କିନ୍ତୁ ମୋହାଲି ଟେଷ୍ଟ ପରେ ନମ୍ବର ଓ୍ବାନ୍ ହୋଇଯାଇଛନ୍ତି ଜାଡେଜା ।
ବର୍ତ୍ତମାନ ଜାଡେଜାଙ୍କ ଟେଷ୍ଟ ରାଙ୍କିଂ ୪୦୬ ପଏଣ୍ଟ ରହିଛି । ଆଇସିସି ଦ୍ବାରା ଜାରି କରାଯାଇଥିବା ସଦ୍ୟ ଅଲରାଉଣ୍ଡର ତାଲିକାରେ ଟପ୍ ୩ରେ ରହିଛନ୍ତି ୨ ଜଣ ଭାରତୀୟ। ଶୀର୍ଷରେ ଜାଡେଜା ଥିବା ବେଳେ ୩ ନମ୍ବରରେ ଅଛନ୍ତି ରବିଚନ୍ଦ୍ରନ୍ ଅଶ୍ବିନ । ପୂର୍ବରୁ ସେ ୨ ନମ୍ବରରେ ଥିଲେ ।