କ୍ରୀଡା ପ୍ରତି ଯୁବପିଢ଼ିମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଏହି ସଂସ୍ଥା ତରଫରୁ ଦୀର୍ଘ ୨୯ ବର୍ଷ ହେଲା ପୁରସ୍କାର ପ୍ରଦାନ କରାଯାଉଛି। ଇମ୍ଫାର ଏହି କାର୍ଯ୍ୟକୁ ଭୂୟସୀ ପ୍ରଂଶସା କରିଛନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶି ଲାଲ ।
ଅନ୍ୟପଟେ ଉଧୃତ ପୁରସ୍କାର ପାଇଲେ ଫୁଟବଲ ଖେଳାଳି ସୁଶ୍ରୀ ପ୍ୟାରୀ ସାକ୍ସା ଓ ସୁଶ୍ରୀ ପ୍ୟାରୀ ସିଂ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା,ଭାରତର ପୂର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ଓ ଇମ୍ଫାର କନଭେଟର କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।