କଙ୍ଗାରୁ ଦଳ କନିଷ୍ଠ ବିଶ୍ବକପ୍ ଫାଇନାଲ୍ ଇତିହାସର ସର୍ବୋଚ୍ଚ ଲକ୍ଷ୍ୟ ୨୫୪ ରନ୍ ଦେବା ପରେ ଭାରତୀୟ ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୩.୫ ଓଭରରେ ମାତ୍ର ୧୭୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଏହି ପ୍ରତିଯୋଗିତାରେ ଭାରତର ଷଷ୍ଠ ଥର ବିଜେତା ହେବା ଆଶା ଧୂଳିସାତ୍ ହୋଇଥିଲା। ସେହିଭଳି କନିଷ୍ଠ ଦଳ ବରିଷ୍ଠ ଦଳର ବିଶ୍ବକପ୍ ଫାଇନାଲ୍ ପରାଜୟ ପ୍ରତିଶୋଧ ନେବର ସ୍ବପ୍ନ ମଧ୍ୟ ଭାଙ୍ଗି ଚୂରମାର୍ ହୋଇଯାଇଥିଲା। ପ୍ରଶଂସକ ପୂରା ନିରାଶ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟକୁ ଲଗାତାର ଦ୍ବିତୀୟବାର ଅଷ୍ଟ୍ରେଲିଆ ଭାଙ୍ଗିଥିଲା।
ଏହା ପୂର୍ବରୁ ନଭେମ୍ବର ୧୯, ୨୦୨୩ରେ ଅହମ୍ମଦାବାଦରେ ଖେଳାଯାଇଥିବା ବରିଷ୍ଠ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ୬ ୱିକେଟ୍ରେ ଭାରତକୁ ହରାଇ ବିଜେତା ହୋଇଥିଲା। ଏହି ଆଧିପତ୍ୟଧାରାକୁ ବଜାୟ ରଖି ଅଷ୍ଟ୍ରେଲିଆ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍-୨୦୨୩, ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍-୨୦୨୩ ଏବଂ ଏବେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତି ନେଇଛି। ଦୁର୍ଭାଗ୍ୟଜନକ ଭାବେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ଫାଇନାଲ୍ରେ ମଧ୍ୟ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର