ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ 50 କେଜି ଏବଂ ଅଂଶୁ ମଲ୍ଲିକ 57 କେଜି ବର୍ଗରେ ପ୍ୟାରିସ ଅଲିମ୍ପିକ ଲାଗି କୋଟା ହାସଲ କରିଛନ୍ତି। ଭିନେଶ ଅଲିମ୍ପିକ ଯୋଗ୍ୟାତା ପର୍ଯ୍ୟାୟ ମ୍ୟାଚରେ କାଜାକସ୍ଥାନର କୁସ୍ତିଯୋଦ୍ଧାଙ୍କୁ ଏକ ତରଫା ମ୍ୟାଚରେ 10-0 ପଏଣ୍ଟରେ ପରାସ୍ତ କରିଥିଲେ। ପ୍ୟାରିସ ଅଲିମ୍ପିକକୁ ମିଶାଇ ଭିନେଶ ତୃତୀୟ ଥର ଲାଗି ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ଅଂଶୁ ମଲ୍ଲିକ 57 କେଜି ବର୍ଗରେ ଉଜବେକିସ୍ଥାନର ଖେଳାଳିଙ୍କୁ 10-0 ପଏଣ୍ଟରେ ପରାସ୍ତ କରି ଅଲିମ୍ପିକ ଲାଗି ଯୋଗ୍ୟତା ହାସଲ କରିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ : ପୋଲିସ ଅଧିକାରୀଙ୍କୁ ବିଜେଡ଼ି ମଞ୍ଚରେ ଭାଷଣ ଦେବା ପଡ଼ିଲା ମହଙ୍ଗା । ବିଜେପିର ଅଭିଯୋଗ ପରେ ଦୁଇ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ - ଭୁବନେଶ୍ଵର ପୋଲିସ କମିଶନର, ପୋଲିସ ଡିଆଜିଙ୍କୁ ନିର୍ଦ୍ଦେଶ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହୋଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କ୍ଷୋଭ ପ୍ରକାଶ କଲେ ନିର୍ବାଚନ କମିଶନ । ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ଦେଉଥିଲେ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ।