ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଯଶପ୍ରୀତ ବୁମ୍ରାଙ୍କୁ ଟିମ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ରୋହିତ ଶର୍ମା ଆଉ ମଧ୍ୟ କହିଛନ୍ତି ଯେ, ବୁମରା ଯୁବକମାନଙ୍କୁ ପରାମର୍ଶ ଦେବା ଏବଂ ସେମାନଙ୍କ ସହିତ ତାଙ୍କ ଅଭିଜ୍ଞତା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି। ଆବଶ୍ୟକ ସମୟରେ ବୁମରା ଭାରତୀୟ ଦଳର ଦାୟିତ୍ୱ ନେବା କ୍ଷମତା ରଖିଛନ୍ତି। ବୁମରାଙ୍କ ନିକଟରେ ସେହି ଦକ୍ଷତା ଅଛି ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ସେ ମଧ୍ୟ cool ଭାବେ ଦଳକୁ ହ୍ୟାଣ୍ଡେଲ କରିପାରିବେ।
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ। ଏହା ପୂର୍ବରୁ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା କିୱି ଦଳ ବିରୋଧରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରିଛନ୍ତି। ବିରୋଧୀ ଦଳ ପରିବର୍ତ୍ତେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ତାଙ୍କର ଧ୍ୟାନ ରହିବ ବୋଲି ରୋହିତ କହିଛନ୍ତି। ଏହା ବ୍ୟତୀତ ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ କରାଯିବା ଉପରେ ମଧ୍ୟ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର