21 ତାରିଖ ବେଳକୁ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି । ରାୟଗଡ଼ା, ମାଲକାନଗିରି, କୋରାପୁଟର ଗୋଟିଏରୁ 2ଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଟ୍ଵିଟ୍ କରି ସୂଚନା ଦେଲା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଆସନ୍ତା 19 ତାରିଖ ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହେବା ପୂର୍ବାନୁମାନ କରିଛି । ପରବର୍ତ୍ତୀ 3 ଦିନ ଯାଏଁ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳମୁହାଁ ହେବା ସମ୍ଭାବନା ରହିଛି ।
21 ତାରିଖ ବେଳକୁ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି । ରାୟଗଡ଼ା, ମାଲକାନଗିରି, କୋରାପୁଟର ଗୋଟିଏରୁ 2ଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଟ୍ଵିଟ୍ କରି ସୂଚନା ଦେଲା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ୱର: ଏସିଆନ ଗେମ 2022 । ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । 25 ମିଟର ରାପିଡ଼ ଫାୟାର ପିସ୍ତଲ ସୁଟିଙ୍ଗରେ ସ୍ବର୍ଣ୍ଣ ଜିତିଲେ ଭାରତୀୟ ମହିଳା ଟିମ୍ । ପଦକ ସଂଖ୍ୟା 16 କୁ ବୃଦ୍ଧି ପାଇଛି । ଏହା ଭାରତର ଚତୃର୍ଥ ସ୍ବର୍ଣ୍ଣ ପଦକ । ଏପର୍ଯ୍ୟନ୍ତ 4 ଟି ସୁନା, 5 ଟି ରୌପ୍ୟ, 7 ଟି ବ୍ରୋଞ୍ଚ ପଦକ ମିଳିଛି ।
ଆହୁରି ପଢନ୍ତୁ ଖେଳ ଖବର...
ଅର୍ଗସ ବ୍ୟୁରୋ: ଇରାକରେ ଏକ ବିବାହ ଉତ୍ସବରେ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି 100 ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ରହିଛି । ଭୟଙ୍କର ଅଗ୍ନିକାଣ୍ଡରେ କନ୍ୟା ଓ ବର ମୃତ । 150 ରୁ ଅଧିକ ଆହତ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ବିବାହ ମଣ୍ଡପରେ ଫସିଥିବା ଲୋକଙ୍କୁ ଉଦ୍ଧାର ଜାରି ରହିଛି । ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଣ ଫୁଟିବାରୁ ବିବାହ ମଣ୍ଡପରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।
ଆହୁରି ପଢନ୍ତୁ ବିଦେଶ ଖବର...
ପୁରୀ: ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ ବିଶ୍ୱସାରା ପାଳିତ ହୁଏ ପର୍ଯ୍ୟଟନ ଦିବସ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗିଦାରୀ ହେବା ତଥା ଏ ସଂପର୍କରେ ଗଣ ସଚେତନତା ସୃଷ୍ଟି କରିବା ।
ତେବେ ଏହି ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ TOURISM AND GREEN INVESTMENT ର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏକ ସୁଦୀର୍ଘ ବାଲୁକାକଳା ମାଧ୍ୟମରେ ପ୍ରକୃତିର ଅଦ୍ଵିତୀୟ ଚିତ୍ର ଆଙ୍କିବା ସହ ଏହି ବାର୍ତ୍ତା ଦେଇଛନ୍ତି । ପର୍ଯ୍ୟଟନ ସହର ପୁରୀର ବେଳାଭୂମିରେ ଅନେକ ପର୍ଯ୍ୟଟକ ଏହାକୁ ପ୍ରଶଂସା କରିଛନ୍ତି ।
On #WorldTourismDay, @sudarsansand Ji's awe-inspiring SandArt at Puri beach, Odisha, underscores the vital connection between 'Tourism & Green Investments' for a sustainable future.
Within the food industry, let's fervently champion Green Tourism and advocate for sustainable… pic.twitter.com/MLyet5JeQh — Vinay Indraganti (@VinayIndraganti) September 27, 2023
ଆହୁରି ପଢନ୍ତୁ ଓଡିଶା ଖବର....