ଘନକୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ମିଟର ରୁ ୫୦ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟରାଜପଥ ରେ ଯାତାୟାତ କରୁଥିବା ଯାନବାହାନ ଗୁଡିକରେ ପରିବହନରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଏଥିପ୍ରତି ଧ୍ୟାନ ଦେବା ପାଇଁ ସୂଚନା ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ କୋହଲା ପାଗ । ଆଗାମୀ ୨ ଦିନ ଯାଏଁ ଘନ କୁହୁଡ଼ି ଆଶଙ୍କା। ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ସହ ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଥିବାରୁ ଆଗାମୀ ୨ଦିନରେ ରାତ୍ରି ତାପମାତ୍ରାରେ ଆହୁରି ୨ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ହେତୁ ଆଗାମୀ ୬- ୭ ଦିନ ଯାଏଁ ଶୀତର କୌଣସି ସମ୍ଭାବନା ନାହିଁ। ଏଥିସହ ଆଗାମୀ ୨ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଘନକୁହୁଡି ସମ୍ଭାବନା ଥିବାରୁ କିଛି ଜିଲ୍ଲାକୁ ଚେତାବନୀ ଜାରି କରାଯାଇଛି।
ଘନକୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ମିଟର ରୁ ୫୦ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟରାଜପଥ ରେ ଯାତାୟାତ କରୁଥିବା ଯାନବାହାନ ଗୁଡିକରେ ପରିବହନରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଏଥିପ୍ରତି ଧ୍ୟାନ ଦେବା ପାଇଁ ସୂଚନା ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଦଶହରା ପାଇଁ ରାମାୟଣ ନାଟକ ପରିବେଷଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ।ରଙ୍ଗ ମଞ୍ଚକୁ ନେଇ ଖଲ୍ଲିକୋଟର ବଜାର କେନ୍ଦ୍ର ସ୍ଥଳରେ ଦୂଇ ଗୋଷ୍ଟି ମୁହାଁ ମୁହିଁ ହୋଇଥିଲେ।
ଉଭୟ ଗୋଷ୍ଠୀଙ୍କ ପ୍ରତିଯୋଗିତା ମୂଳକ ରାମାୟଣ ନାଟକ ପରିବେଷଣ ହେଉଥିବା ବେଳେ ହୋଇଥିଲା ଗଣ୍ଡଗୋଳ।ମଞ୍ଚ ଛାଡି ମୁକ୍ତ ଆକାଶ ତଳେ JCB ଉପରେ କଳାକାର ଚଢ଼ି କରୁଥିଲେ କଳା ପରିବେଷଣ। ଉଭୟ ପକ୍ଷରୁ ହୋଇଥିଲା ବୋତଲ ଓ ପଥର ମାଡ଼ । ଗଣ୍ଡଗୋଳ ଯୋଗୁଁ ଚାରିଜଣ ଆହତ ହୋଇଥିବା ବେଳେ ଜଣଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି।
ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଘନଶ୍ୟାମ ପାତ୍ର ବୋଲି ଜଣାପଡିଛି। ପୋଲିସର ହସ୍ତକ୍ଷେପ ପରେ ନିୟନ୍ତ୍ରଣକୁ ଆସିଥିଲା ପରିସ୍ଥିତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ଭାରତର ନିର୍ବାଚନ ଆୟୋଗ ରାଜୀବ କୁମାର ଏହି ୨ ରାଜ୍ୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ପ୍ରତ୍ୟେକ ନିର୍ବାଚନରେ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରୁଛି। ମହାରାଷ୍ଟ୍ରର ୫୨୭୮୯ ସ୍ଥାନରେ ୧୦୦୧୮୬ ମତଦାନ କେନ୍ଦ୍ର, ମୋଟ ଭୋଟର-୯.୬୩ କୋଟି। ଝାଡଖଣ୍ଡରେ ୮୧ଟି ସିଟ, ୨.୬ କୋଟି ଭୋଟର, ପ୍ରଥମ ଥର ଭୋଟର-୧୧.୮ ଲକ୍ଷ। ୨୦୨୮୧ ସ୍ଥାନରେ ୨୯୫୬୨ ମତଦାନ ବୁଥ ହେବ।
ମହାରାଷ୍ଟ୍ରର ମୋଟ ଭୋଟରଙ୍କ ସଂଖ୍ୟା ୯.୬୩ କୋଟି, ସେଥିମଧ୍ୟରୁ ୪.୯୭ କୋଟି ପୁରୁଷ ଏବଂ ୪.୬୬ କୋଟି ମହିଳା ଭୋଟର। ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ହେଉଛି ୨୦.୯୩ ଲକ୍ଷ। ମହାରାଷ୍ଟ୍ରରେ ୧,୦୦,୧୮୬ ମତଦାନ କେନ୍ଦ୍ର ଅଛି, ଏଥର ମଧ୍ୟ ଆମେ PWD ଏବଂ ମହିଳାମାନଙ୍କ ଦ୍ୱାରା ପରିଚାଳିତ ବୁଥ ତିଆରି ହେବ।
ସେହିପରି ଝାଡଖଣ୍ଡରେ ମୋଟ ଭୋଟରଙ୍କ ସଂଖ୍ୟା ୨.୬ କୋଟି, ସେଥିମଧ୍ୟରୁ ୧.୨୯ କୋଟି ମହିଳା ଏବଂ ୧.୩୧ କୋଟି ପୁରୁଷ ଭୋଟର। ପ୍ରଥମ ଥର ଭୋଟରଙ୍କ ସଂଖ୍ୟା ୧୧.୮୪ ଲକ୍ଷ। ସେଠାରେ ୨୯,୫୬୨ ମତଦାନ କେନ୍ଦ୍ର ହେବ।
ଏହାସହ ନିର୍ବାଚନ କମିଶନର ହରିୟାଣା, ଜମ୍ମୁ କଶ୍ମୀରରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ନିର୍ବାଚନରେ ଦେଖାଯାଇଥିବା ଉତ୍ସାହ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ। ଜମ୍ମୁ କଶ୍ମୀରରେ ନିର୍ବାଚନ ସମୟରେ ଶୂନ୍ୟ ହିଂସା ହୋଇଥିଲା ବୋଲି ନିର୍ବାଚନ କମିଶନର କହିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର