ଅନ୍ୟପଟେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ଼, ସମ୍ବଲପୁର, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ ,ସୋନପୁର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର। ଏହାସହ ଅନ୍ୟ ଜିଲ୍ଲା ଗୁଡିକରେ ବି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକଲି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପଶ୍ଚିମା ଝଡ଼ର ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୁରଭଞ୍ଜ ,ବାଲେଶ୍ୱର। ୪୦ ରୁ ୪୫ କିଲୋମିଟର ପବନ ବହିବାର ସମ୍ଭାବନ ରହିଛି। ୧୮ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ଦକ୍ଷିଣ ଓଡ଼ିଶାରେ ବିଶେଷ ଭାବେ ପ୍ରବଳ ବର୍ଷାର ସମ୍ଭାବନ ଥିବା ବେଳେ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ ,କୋରାପୁଟ ,ମାଲକାନଗିରି ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ୧୯ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ୨୦ ତାରିଖ ବେଳକୁ ଧୀରେ ଧୀରେ ବର୍ଷାର ପରିମାଣ କମିବ ଆଉ ପୁଣି ପାଗ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
ଅନ୍ୟପଟେ ଭୁବନେଶ୍ୱରରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଅଧିକ ପାଣିପାଗ ଖବର ପଢ଼ନ୍ତୁ