ମୃତ୍ୟୁ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି। ସପ୍ତାହେ ପରେ ଚାରି ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶର ୩ହଜାର ୮୭୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ଏହି ସଂଖ୍ୟା ଚାରି ହଜାର ଉପରେ ରହୁଥିଲା । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ଲକ୍ଷ ୮୭ହଜାର ୧୨୨କୁ ବୃଦ୍ଧି ପାଇଛି ।
ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟି ୫୭ଲକ୍ଷ ୭୨ହଜାରକୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୨କୋଟି ୨୩ଲକ୍ଷ ୫୫ହଜାର ଆକ୍ରାନ୍ତ ।