ଅଧିକ ପଢନ୍ତୁ : ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 3 ଗିରଫ
ଘଟଣା ସମ୍ପର୍କରେ ପରିବାର ଲୋକଂକୁ ଜଣାଇବାରୁ ଗ୍ରାମରେ ଏକ ବୈଠକ ବସି ଆଲୋଚନା କରିବା ପରେ ୨୬ ଜୁନ ୨୦୧୯ରେ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୀଡିତାର ବୟାନ ରେକର୍ଡ କରିବା ପରେ ଏକ ମାମଲା କେସ ନଂ ୬୧/୧୯ରେ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୩୦ଜଣ ସାକ୍ଷୀଙ୍କ ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଏଥି ସହିତ ପୀଡିତା ନାବାଳିକାକୁ ୫ଲକ୍ଷ ଟଂକା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।