ସ୍କୁଲରେ ମଧ୍ୟାନ୍ନ ଭୋଜନ ଖାଇ 15ରୁ ଅଧିକ ଛାତ୍ରୀ ଅସୁସ୍ଥ
ଆଗାମୀ ୱେବ ସିରିଜ ଅଭୟ 2ରେ ଭିନ୍ନ ଅନ୍ଦାଜରେ ନଜର ଆସିବେ ରାମ କପୁର

ଅର୍ଗସ ବ୍ୟୁରୋ : ଆଗାମୀ ୱେବ ସିରିଜ ଅଭୟ 2ରେ ଜଣେ ସାଇକୋ କିଲର ଭାବେ ନଜର ଆସିବେ ବଲିଉଡ ଅଭିନେତା ରାମ କପୁର। ଏହି ନେଗେଟିଭ ରୋଲଟି ତାଙ୍କ ପାଇଁ ଏକ ବଡ ଏକ୍ସପ୍ରିଏନ୍ସ ହେବ ବୋଲି ରାମ କପୁର ମତ ଦେଇଛନ୍ତି। ଏହା ସହ ତାଙ୍କ ଚରିତ୍ରର କୌଣସି ନାମ ନାହିଁ ବୋଲି ମଧ୍ୟ କହିଛନ୍ତି।
ରାମ କପୁର ତାଙ୍କର ଏହି ୱେବ ସିରିଜ ପାଇଁ ହୋଇଥିବା ଲୁକର ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ପୂର୍ବରୁ ଚଳଚ୍ଚିତ୍ର ଏବଂ ସିରିୟଲମାନଙ୍କରେ ରାମ ସବୁବେଳେ ପଜିଟିଭ ରୋଲ ପ୍ଲେ କରିଥାନ୍ତି। ତେବେ ଏହି ୱେବ ସିରିଜରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବେ। ଏହି ସିରିଜରେ ବଲିଉଡ ଅଭିନେତା କୁନାଲ ଖେମୁ କ୍ରାଇମ ଏବଂ ଇନଭେଷ୍ଟିକେସନ କରୁଥିବା ଏକ ଇନଭେଷ୍ଟିଙ୍ଗ ଅଫିସର ରୋଲରେ ନଜର ଆସିବେ।
Download Argus News App
