ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ବିତୀୟ ପର୍ଯ୍ୟାୟ । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦିନ ୧ଟା ସୁଦ୍ଧା ଆସାମରେ ୪୬ ପ୍ରତିଶତ, ବିହାରରେ ୩୩ ପ୍ରତିଶତ, ଛତିଶଗଡରେର ୫୩ ପ୍ରତିଶତ, ଜମ୍ମୁ ଓ କାଶ୍ମୀରରେ ୪୨ ପ୍ରତିଶତ, କର୍ଣ୍ଣାଟକରେ ୩୮ ପ୍ରତିଶତ, କେରଳେର ୩୯ ପ୍ରତିଶତ, ମଧ୍ୟପ୍ରଦେଶରେ ୩୮ ପ୍ରତିଶତ, ମହାରାଷ୍ଟ୍ରରେ ୩୧ ପ୍ରତିଶତ, ମଣିପୁରରେ ୫୪ ପ୍ରତିଶତ, ରାଜସ୍ଥାନରେ ୪୦ ପ୍ରତିଶତ, ତ୍ରିପୁରାରେ ୫୪ ପ୍ରତିଶତ, ଉତ୍ତରପ୍ରଦେଶରେ ୩୫ ପ୍ରତିଶତ, ପଶ୍ଚିମବଂଗରେର ୪୭ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି । ମୋଟ୍ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ 88 ସିଟ୍ ପାଇଁ ହେଉଛି ଭୋଟିଂ ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଜାତୀୟ ରାଜପଥ 55 ଓ 53ର କାମ ତ୍ବରାନ୍ବିତ ପାଇଁ ନିର୍ବାଚନ ଆରଣ ବିଧି ବାଧକ ସାଜିବ ନାହିଁ। ଭାରତୀୟ ନିର୍ବାଚନ ଆୟୋଗ ଅନୁଗୋଳ-ସମ୍ବଲପୁର ସେକ୍ସନ ଏନଏଚ-୫୫ର କିଛି କାର୍ଯ୍ୟ, ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ କାମ ପାଇଁ ଅନୁମତି ଦେଇଛନ୍ତି । ଖୁବ ଶୀଘ୍ର ରାସ୍ତାର ସମ୍ପ୍ରସାରଣ କାମ ଆରମ୍ଭ ହେବ ବଲି ଜଣା ପଡ଼ିଛି। ଅନୁଗୋଳ - ସମ୍ବଲପୁର ସେକ୍ସନର କିଛି କାର୍ଯ୍ୟ ପାଇଁ ୨୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସମ୍ବଲପୁରର ଅଇଁଠାପାଲି ଠାରେ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଓ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ କାମ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ବର୍ଷ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଥିଲେ । ସେ ପତ୍ରରେ ଉଲ୍ଲେଖ କରଥିଲେ ଜାତୀୟ ରାଜପଥ-୫୩ ବରାଇପାଲି ଛକ ଓ ଅଇଁଠାପାଲି ଦେଇ ଝାରସୁଗୁଡା, ଦେବଗଡ ଓ ସମ୍ବଲପୁର ସହରକୁ ଯୋଗାଯୋଗ କରୁଥିବା ବେଳେ ଫ୍ଲାଏ ଓଭରର ବ୍ୟବସ୍ଥା ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ। ଚିଠି ପାଇବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଚଳିତବର୍ଷ ମାର୍ଚ୍ଚ ୧୨ ତାରିଖରେ ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ ନିର୍ମାଣ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ଅମିତ ଶାହ ମଧ୍ୟ ନଜର ଆସିଛନ୍ତି। ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି ଗୁଜରାଟର ଗାନ୍ଧୀନଗର ଆସନ ଉପରେ କାହିଁକି ନା ବିଜେପିର ଭେଟରାନ ପଲିଟିକାଲ ଷ୍ଟ୍ରାଟେଜିଷ୍ଟେ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି ଗୁଜରାଟର ଗାନ୍ଧୀନଗର ଆସନ ଉପରେ କାହିଁକି ନା ବିଜେପିର ଭେଟରାନ ପଲିଟିକାଲ ଷ୍ଟ୍ରାଟେଜିଷ୍ଟେ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତାଙ୍କ ବିରୋଧରେ କଂଗ୍ରେସ ସୋନଲ ପଟେଲଙ୍କୁ ପ୍ରାର୍ଥୀ କରିଛି । ସେହିପରି ଗୁଜରାଟର ଆଉ ଏକ ହାଇପ୍ରୋଫାଇଲ ଆସନ ହେଉଛି ପୋରବନ୍ଦର । ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ରାଜକୋଟରୁ ପୁରୁଷୋତ୍ତମ ରୂପାଲା ନିର୍ବାଚନ ମୈଦାନରେ ।
ଗୁଜରାଟ ବିଜେପିର ଚାଣକ୍ୟ ଭାବେ ପରିଚିତ ସି.ଆର. ପାଟିଲ ନବସାରୀରୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟ ପ୍ରମୁଖ ଆସନ ମଧ୍ୟରେ ମହାରାଷ୍ଟ୍ରର ବାରାମତୀ ଉପରେ ମଧ୍ୟ ସାରା ଦେଶର ଫୋକସ ରହିଛି । ଏଠାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ଓ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ମଧ୍ୟରେ ହେଉଛି ଫାଇଟିଂ । ସୋଲାପୁରରୁ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେଙ୍କ ଝିଅ ପ୍ରଣତୀ ସିନ୍ଦେ ମୈଦାନରେ ଅଛନ୍ତି । କର୍ଣ୍ଣାଟକର ଧାରୱାଡ଼ରୁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି । ଉତ୍ତର ଗୋଆ ଆସନରୁ ଶ୍ରୀପଦ ନାଇକ ଓ ଦକ୍ଷିଣ ଗୋଆ ଆସନରୁ ପଲ୍ଲବୀ ଡେମ୍ପୋ ବିଜେପି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ମୈନପୁରୀ ଆସନରୁ ଅଖିଳେଶ ୟାଦବଙ୍କ ପତ୍ନୀ ଡିମ୍ପଲ ୟାଦବ ନିର୍ବାଚନ ଲଢୁଥିବା ବେଳେ ଏମପିର ବିଦିଶାରୁ ଶିବରାଜ ସିଂହ ଚୌହାନ, ଗୁନାରୁ ଜ୍ୟୋତିରାଦିଦ୍ୟ ସିନ୍ଧିଆ ଏବଂ ରାଜଗଡ଼ରୁ ଭେଟରାନ କଂଗ୍ରେସ ଲିଡର ଦିଗବିଜୟ ସିଂହ ନିର୍ବାଚନ ମୈଦାନରେ ଅଛନ୍ତି । ପଶ୍ଚିମବଙ୍ଗର ବହରମପୁର ଆସନରୁ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ ତାଙ୍କ ବିରୋଧରେ ଟିଏମସିରୁ କ୍ରିକେଟର ୟୁସୁଫ ପଠାନ ଓ ବିଜେପିରୁ ପ୍ରସିଦ୍ଧ ସର୍ଜନ ନିର୍ମଳ କୁମାର ସାହା ନିର୍ବାଚନ ଲଢ଼ୁଛନ୍ତି।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର: