ଏବେ ଶୋଭିତାଙ୍କ କିଛି ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ ହଳଦୀ କୁଟୁଥିବା ଦେଖିବାକୁ ମିଳିଛି। ଶୋଭିତା ଧୁଲିପାଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରି ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାଇଛନ୍ତି।
ଏଥିରେ ଅଭିନେତ୍ରୀ ତାଙ୍କ ବିବାହ ରୀତିନୀତି କରୁଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ବିବାହ ପୂର୍ବର କାର୍ଯ୍ୟକ୍ରମ ଆରମ୍ଭ ହେଲା। ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ତାଙ୍କ ପରିବାର ସହିତ ନଜର ଆସିଛନ୍ତି, ଯେଉଁମାନେ ପୁରା ପାରମ୍ପାରିକ ପୋଷାକ ପିନ୍ଧି ବିବାହ ରୀତିନୀତି କରୁଥିବା ଦେଖିବାକୁ ମିଳିଛି। ତେବେ ନାଗା ଚୈତନ୍ୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ ଗୋଆରେ ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ହେଲେ ପରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ଚୈତନ୍ୟ, ଶୋଭିତାଙ୍କ ପ୍ରେମରେ ପଡ଼ିଲେ ନା ସାମନ୍ଥାଙ୍କ ସହ ଥିବା ବେଳେ ତାଙ୍କୁ ଧୋକା ଦେଇ ସେ ଶୋଭିତାଙ୍କୁ ଭଲପାଉଥିଲେ ତାହା ସାମ୍ନାକୁ ଆସିନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର