ଅଧିକ ପଢନ୍ତୁ : "ଦାନା" ସ୍ଥଳଭାଗ ଛୁଇଁବା ପୂର୍ବରୁ ଆରମ୍ଭ ହେଲା ବର୍ଷା
ସନ୍ଧ୍ୟା ପରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯାଜପୁର, ଖୋର୍ଦ୍ଧା , ଗଞ୍ଜାମ , ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ଅର୍ଗସ ବ୍ୟୁରୋ : ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ । ପାରାଦୀପ ରାଡାର୍ ତଥ୍ୟରୁ ପାଣିପାଗ ବିଜ୍ଞାନୀଙ୍କ ସୂଚନା ।
ସେପଟେ ଧାମରା- ଭିତରକନିକା ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି ।
ଅଧିକ ପଢନ୍ତୁ : "ଦାନା" ସ୍ଥଳଭାଗ ଛୁଇଁବା ପୂର୍ବରୁ ଆରମ୍ଭ ହେଲା ବର୍ଷା
ସନ୍ଧ୍ୟା ପରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯାଜପୁର, ଖୋର୍ଦ୍ଧା , ଗଞ୍ଜାମ , ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ଅର୍ଗସ ବ୍ୟୁରୋ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏବେ ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ଜଣାଯାଇଛି।
ଏବେ ଶୋଭିତାଙ୍କ କିଛି ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ ହଳଦୀ କୁଟୁଥିବା ଦେଖିବାକୁ ମିଳିଛି। ଶୋଭିତା ଧୁଲିପାଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରି ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାଇଛନ୍ତି।
ଏଥିରେ ଅଭିନେତ୍ରୀ ତାଙ୍କ ବିବାହ ରୀତିନୀତି କରୁଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ବିବାହ ପୂର୍ବର କାର୍ଯ୍ୟକ୍ରମ ଆରମ୍ଭ ହେଲା। ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ତାଙ୍କ ପରିବାର ସହିତ ନଜର ଆସିଛନ୍ତି, ଯେଉଁମାନେ ପୁରା ପାରମ୍ପାରିକ ପୋଷାକ ପିନ୍ଧି ବିବାହ ରୀତିନୀତି କରୁଥିବା ଦେଖିବାକୁ ମିଳିଛି। ତେବେ ନାଗା ଚୈତନ୍ୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ ଗୋଆରେ ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ହେଲେ ପରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ଚୈତନ୍ୟ, ଶୋଭିତାଙ୍କ ପ୍ରେମରେ ପଡ଼ିଲେ ନା ସାମନ୍ଥାଙ୍କ ସହ ଥିବା ବେଳେ ତାଙ୍କୁ ଧୋକା ଦେଇ ସେ ଶୋଭିତାଙ୍କୁ ଭଲପାଉଥିଲେ ତାହା ସାମ୍ନାକୁ ଆସିନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା ଏବଂ ବଢ଼ିଛି ପବନର ବେଗ । ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ଦାନା । ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢୁଛି ।
ପାରାଦ୍ୱୀପ ରାଡାର ରେ ବାତ୍ୟାର ବାହ୍ୟ ବଳୟ pic.twitter.com/Wqmhjl4R9I — usd (@usd0705) October 23, 2024
ଆସନ୍ତାକାଲି ମଧ୍ୟରାତ୍ର ଓ ୨୫ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେହି ସମୟରେ ପବନର ବେଗ ୧୦୦ ରୁ ୧୧୦ ଅର୍ଥାତ୍ ଝଟକା ପବନ ୧୨୦ କିମି ରହିବା ସମ୍ଭାବନା । ସମୁଦ୍ର ଅଶାନ୍ତ ରହିଛି । ପୁରୀ, ଧାମରା, ପାରାଦୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବାବେଳେ ଗୋପାଳପୁରକୁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ ।
ସୃଷ୍ଟି ହେଲା ବାତ୍ୟା #ଦାନା
12ବର୍ଷ ର ବ୍ୟବଧାନ ପରେ ଅକ୍ଟୋବର ମାସରେ ଓଡିଶା ମୁହାଁ ବାତ୍ୟା (2013 ରେ #ଫାଇଲିନ )l
ଚଳିତବର୍ଷ ମୌସୁମୀପରବର୍ତୀ ଋତୁରେ ବଙ୍ଗୋପସାଗର ଦାନା ହେଉଛି ପ୍ରଥମ ବାତ୍ୟା
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ରେ #ପାରାଦ୍ୱୀପ ଠାରୁ #560କିମି ଦୂରରେ କେନ୍ଦ୍ରୀଭୂତ pic.twitter.com/M3CVGyRP0S — usd (@usd0705) October 23, 2024
ଭୁବନେଶ୍ବରରେ ପାଗ ମେଘୁଆ ରହିବ । ୨୪ ଓ ୨୫ରେ ବର୍ଷା ହେବ । ପବନର ବେଗ ୬୦ ରୁ ୭୦ ରହିବ ।