ଅର୍ଗସ ବ୍ୟୁରୋ: କାଢା । ସାଧାରଣତଃ ଥଣ୍ଡା ହେଲେ ବିଭିନ୍ନ ପ୍ରକାରର କାଢା ବନାଇ ଲୋକେ ପିଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି କାଢା ବିଷୟରେ କହିବୁ ଯାହାକୁ ବନାଇବା ଅତି ସହଜ ଆଉ ସୁଆଦିଆ ।
ସାମଗ୍ରୀ- ଅଦା, ଗୋଲମରିଚ, ଡାଲଚିନି,ଲବଙ୍ଗ,ମହୁ,ତୁଳସୀ ପତ୍ର
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପାତ୍ରରେ କିଛି ପାଣି ନେବେ । ପାଣି ଫୁଟି ଆସିଲେ ସେଥିରେ ଅଦା ଛେଚା, ଗୋଲମରିଚ, ଡାଲଚିନି, ଲବଙ୍ଗ, ଅଳ୍ପ ମହୁ ଓ ତୁଳସୀ ପତ୍ର ପକାଇ ଫୁଟାଇବେ । ଭଲ ଭାବରେ ଫୁଟି ଆସିଲେ ତାକୁ ଛାଣି ପିଇବେ । ତେବେ ଥଣ୍ଡା ସମୟରେ ଏହାକୁ ପିଇବା ଦ୍ୱାରା ଆରାମ ମିଳିଥାଏ ।
ଫାଇଦା-
- ତୁଳସୀରେ ଭିଟାମିନ ସି ଏବଂ ଜିଙ୍କ୍ ଥାଏ । ଏହା ପଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
- ଯେଉଁମାନଙ୍କ ଥଣ୍ଡା, କାଶ ହେଉଥିବା ତୁଳସୀ କାଢା ପିଇବା ଦ୍ୱାରା ଆରାମ ମିଳିଥାଏ ।
- ହୃଦ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ ତୁଳସୀ କାଢା ।