ବିଗ ବସ୍ ଓଟିଟି ହେଉଛି ଏକ ରିଆଲିଟି ଶୋ'। ଏଡି ଶୋ ଦେଖିବା ପାଇଁ ଛୋଟଠୁ ବଡ ସମସ୍ତଙ୍କର ଭାରି ପ୍ରିୟ। ବିଗ୍ ବସ୍ ହାଉସ ଭିତରେ ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ଲୋକେ ଏକାଠି ହୁଅନ୍ତି । କେମିତି ଚଳନ୍ତି, କାହାର କାହା ସହ ମନ ମିଶେ ତ ଆଉ କାହାର ମନ ମିଶେନାହିଁ। ଯାହାକୁ ନେଇ ତା ଭିତରେ ଝଗଡା ମଧ୍ୟ ହୋଇଥାଏ। ପ୍ରତିଯୋଗୀ ଜିତିବା ପାଇଁ ଟ୍ୟାକ୍ସ ମଧ୍ୟ ଦିଆଯାଏ। ଏଭଳି ଭାବରେ ଦର୍ଶକଙ୍କୁ ମନୋରଞ୍ଜନ କରାଯାଇଥାଏ। ହେଲେ ଏହାଭିତରେ କୌଣସି ଅଶ୍ଳିଳ ଜିନିଷକୁ ପ୍ରାଧାନ୍ୟ ଦିଆଯାଇନଥାଏ। କିନ୍ତୁ ଚଳିତ ବର୍ଷ ବିଗ୍ ବସ୍ ଓଟିଟି ସିଜିନ୍ରେ ଅରମାନ ମଲିକ-କ୍ରିତିକା ମଲିକଙ୍କ ବିଷୟରେ ଚର୍ଚ୍ଚା ହେଉଛି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା ।
ଶିବସେନାର ଜଣେ ବିଧାନ ପରିଷଦ ସଦସ୍ୟ ମନୀଷା କାୟାନ୍ଦେ ରିୟଲିଟି ଶୋ ବିଗ୍ ବସ୍’ର ଟେଲିକାଷ୍ଟ ବନ୍ଦ କରିବାକୁ ଦାବି କରିଛନ୍ତି। ଶୋ’ରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହୋଇଥିବା ମନୀଷା ଦାବି କରିଛନ୍ତି।
ସେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟି ଶୋ’ର ଟେଲିକାଷ୍ଟ ବନ୍ଦ କରିବାକୁ ଦାବି କରିଛନ୍ତି। ମନୀଷା କହିଛନ୍ତି ଯେ ଜୁଲାଇ ୧୮ରେ ପ୍ରସାରିତ ହୋଇଥିବା ଏପିସୋଡରେ ଜଣେ ପ୍ରତିଯୋଗୀ ଅରମାନ ମଲିକଙ୍କୁ ବିଗ୍ ବସ୍ର ଶୋଇବା ଘରେ କ୍ରିତିକା ମଲିକଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖାଯାଇଥିଲେ।
ଏହି ଦମ୍ପତି ମାନବ ସମ୍ପର୍କ ଏବଂ ସାମାଜିକ ଆଦର୍ଶର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ପିଲାମାନେ ମଧ୍ୟ ଏହି ଶୋ ଦେଖନ୍ତି ଯାହା ସେମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ। ତେଣୁ ଏହାକୁ ବନ୍ଦ କରାଯାଉ। ତେବେ ଏହା ବନ୍ଦ ହେବ କି ନାଇଁ ତାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ସୂଚନା ମିଳିନାହିଁ। କିନ୍ତୁ ଏହି ଏପିସୋଡ ପରେ ବିଗ ବସ୍ ଭିତରେ ଏହାକୁ ନେଇ ଆଲୋଚନା ଏବଂ ସମାଲୋଚନା କରାଯାଇଥିଲା। ଅରମାନ ମଲ୍ଲିକ ଏବଂ ତାଙ୍କ ଦୁଇ ପତ୍ନୀଙ୍କୁ ନେଇ ପ୍ରଥମରୁ ହିଁ ସମାଲୋଚନାର ଶିକାର ହେବାକୁ ପଡିଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: