କନ୍ୟାର ଜନ୍ମପରେ ବିପାଶା ଓ କରଣ ଜାଣିବାକୁ ପାଇଲେ ଯେ ଦେବୀର ହାର୍ଟରେ ଦୁଇଟି ହୋଲ ରହିଛି। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦେବୀକୁ ୩ମାସ ହୋଇଥିବା ବେଳେ ତାର ସର୍ଜରୀ କରାଯାଇଥିଲା। ନିକଟରେ ଇନଷ୍ଟାଗ୍ରାମ ଲାଇଭରେ ବିପାଶା ନେହା ଧୁପିଆଙ୍କ ସହିତ ସେ ଦୁଃଖଦ ଦିନ ବିଷୟରେ କଥା ହେଉଥିବା ବେଳେ ଭାବୁକ ହୋଇଯାଇଥିଲେ।
ବିପାଶା କହିଥିଲେ, ସନ୍ତାନ ଜନ୍ମ ପରେ ଆମର ଯାତ୍ରା ଅନ୍ୟ ମା’ ଓ ବାପାଙ୍କ ଠାରୁ ଭିନ୍ନ ରହିଛି। ମୁଁ କେବେ ବି ଚାହିଁବି ନାହିଁ କି କୌଣସି ମା’ଙ୍କ ସହିତ ଏମିତି ଘଟଣା ଘଟୁ। ଝିଅ ଜନ୍ମର ତିନିଦିନ ପରେ ଜଣାପଡ଼ିଲା କି ତାର ହାର୍ଟରେ ୨ଟି ହୋଲ ରହିଛି। ମୁଁ ଭାବିଥିଲି କି କେବେ କାହା ସହିତ ଏ କଥା ମୁଁ ସେୟାର କରିବି ନାହିଁ। କିନ୍ତୁ ମୁଁ ଏକଥା ସେୟାର କଲି। ସେ ସମୟରେ ଅନେକ ମା’ ମୋତେ ବହୁତ ସାହାଯ୍ୟ କରିଛନ୍ତି। ଏବେ ସେମାନଙ୍କୁ ଖୋଜି ପାଇବା କଷ୍ଟକର।’ ତେବେ ଦର୍ଶକ ବନ୍ଧୁ ଗୋଟିଏ କଥା କହିବୁ ମା'ର ଭଲ ପାଇବା ନିଜ ଛୁଆ ପ୍ରତି ସବୁବେଳେ ଉର୍ଦ୍ଧ୍ବରେ। ସେ ସେଲିବ୍ରିଟି ହେଲେ କଣ ହେଲେ ମା' ସବୁବେଳେ ମା'।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର