ବିଜେଡିର ଏବେ ଟେନସନ ବଢିବାରେ ଲାଗିଛି । କାରଣ ପଂଚାୟତଠୁ ପାର୍ଲାମେଣ୍ଟ ସବୁଠି ଦଳ ଛାଡୁଛନ୍ତି ନେତା । ଖାଲି ଦଳ ଛାଡୁଛନ୍ତି ତାହା ନୁହେଁ ବରଂ ବିଜେପିରେ ସାମିଲ ହେଉଛନ୍ତି । ନିର୍ବାଚନ ପରେ ବିଜେଡି ପାଖରେ ଥିଲେ ୯ ରାଜ୍ୟସଭା ସାଂସଦ ହେଲେ ଏବେ ୨ ଜଣ ସାଂସଦ ଦଳ ଛାଡିବା ପରେ ବିଜେଡିର ଆଉ ରହିଲେ ମାତ୍ର ୭ । ସେପଟେ ଗତକାଲି ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ ସ୍ପଷ୍ଟ ଭାବରେ କହିଛନ୍ତି କି, ଆଗାମୀ ଦିନରେ ଆହୁରି ଅନେକ ନେତା ବିଜେଡି ଛାଡିବେ ।
ରାଜନୀତିର ପଶାପାଲିରେ ଘାଇଲା ହେଲାଣି ବିଜେଡି । କାରଣ ଦଳରୁ ମମତା ଓ ସୁଜିତ ଯିବା ପରେ ଏବେ ବିଜେଡି ପାଖରେ ୭ ସାଂସଦ ରହିଲେ। ଧୀରେ ଧୀରେ ଦିଲ୍ଲୀରେ ଦଳ ଦୁର୍ବଳ ହେଉଥିବାରୁ ଆଗାମୀ ଦିନରେ ବିଜେଡି ଗଡ ଭୁଷୁଡିବା ଏକପ୍ରକାର ନିଶ୍ଚିତ । ସେପଟେ, ବିଜେପିରେ ଯୋଗ ଦେବା ପରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ସୁଜିତ କୁମାର । କହିଛନ୍ତି, କେବଳ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଲୁଟ୍ ହୋଇଛି । ଏଥିରେ ବହୁ ବିଜେଡି ନେତା ସାମିଲ ଅଛନ୍ତି । ଟେଣ୍ଡର ଫିକ୍ସିଂ ଓ ବାଲିମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା । ଏନେଇ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲି, ହେଲେ କୌଣସି ସୁଫଳ ମିଳି ନଥିଲା। ଏଣୁ ସେ ବାଧ୍ୟ ହୋଇ ବିଜେପିରେ ମିଶିଲି। ବିଜେପିରେ ସାମିଲ ହୋଇ ଖୁବ୍ ଖୁସି ଅଛି। ଏବେ ଲୋକଙ୍କ ସେବା କରିବି । ତେବେ ଆଗାମୀ ଦିନରେ ପୁଣି କେଉଁ ନେତା ବିଜେଡି ଛାଡୁଛନ୍ତି ତାହା ଦେଖିବାକୁ ବାକି ରହିଲା ।