
ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଛି। ଗତ ଏକ ମାସ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯାହା ପ୍ରଶାସନକୁ ଚିନ୍ତାରେ ପକାଇଛି। ଲକଡାଉନ୍ ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଲା ପରେ ସଂକ୍ରମଣ ସଂଖ୍ୟା ଆହୁରି ଅଧିକ ବଢିଥିବା ଦେଖା ଦେଇଛି।
ଏହା ସତ୍ତ୍ୱେ କରୋନା ପ୍ରତି ସତର୍କତା ଅବଲମ୍ବନ କରି ସିନେମା ହଲ୍ ଏବଂ ବଡ଼ ବଡ଼ ମଲ୍ ଗୁଡିକ ଏବେ ବି ବନ୍ଦ ରଖାଯାଇଛି। ଏଭଳି ପରିସ୍ଥିତିରେ ଅନେକ ଚଳଚ୍ଚିତ୍ର ରିଲିଜ୍ ପାଇଁ ପ୍ରସ୍ତୁତ କିନ୍ତୁ ସିନେମା ହଲ୍ ବନ୍ଦ ହେତୁ ସେଗୁଡିକ ରିଲିଜ୍ ହୋଇପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ବଲିଉଡର ବଡ ସେଲିବ୍ରିଟିମାନେ ଏକ ବଡ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି।
ଏନେଇ ଡିଜ୍ନି ପ୍ଲସ୍ ହଟଷ୍ଟାର୍ ଭିଆଇପି ଟ୍ୱିଟରରେ ସୂଚନା ଦେଇଛି। ଫିଲ୍ମ ଇଣ୍ଡଷ୍ଟ୍ରିର ବଡ କଳାକାରମାନେ ସେମାନଙ୍କ ଫିଲ୍ମ ରିଲିଜ୍ ପ୍ରସଙ୍ଗରେ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଏହି ତାରକାମାନଙ୍କ ମଧ୍ୟରେ ଅକ୍ଷୟ କୁମାର, ଅଜୟ ଦେବଗନ୍, ଅଭିଷେକ ବଚ୍ଚନ, ଆଲିଆ ଭଟ୍ଟ ଏବଂ ବରୁଣ ଧାୱନ ଅଛନ୍ତି ବୋଲି ଟୁଇଟରେ କୁହାଯାଇଛି।
ଏହି ଖବର ଆସିବା ପରେ ଫିଲ୍ମ ସହ ରୁଚି ରଖୁଥିବା ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି। ଜୁନ୍ 29 ଟା 4:30 ରେ ସମସ୍ତ ଏହି ଘୋଷଣା ଦେଖିବକୁ କୁହାଯାଇଛି। ଏହି ଟୁଇଟ୍ ପରଠାରୁ ପ୍ରଶଂସକଙ୍କ ଉତ୍ସାହ ଯଥେଷ୍ଟ ବୃଦ୍ଧି ପାଇଛି। ଅଧିକାଂଶ ପ୍ରଶଂସକ ଅକ୍ଷୟ କୁମାର ଏବଂ ଅଜୟ ଦେବଗାନଙ୍କ ଫିଲ୍ମ ବିଷୟରେ ଜାଣିବାକୁ ଇଚ୍ଛା କରିଛନ୍ତି । କିଛି ଦର୍ଶକ ଙ୍କ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କଥା ମଧ ଦେଖିବକୁ ମିଳୁଛି। କିଛି ଲୋକ ଆଲିଆ ଏବଂ ବରୁଣ ଧାୱନଙ୍କୁ ଆକ୍ଷେପ କରୁଥିବା ମଧ୍ୟ ଦେଖିବକୁ ମିଳୁଛି।
