ସୋସିଆଲ୍ ମିଡିଆରେ ଧୋନୀ ଫଟୋ ଏବ ଭିଡିଓ ସବୁବେଳେ ଭାଇରାଲ୍ ହୋଇଥାଏ । ଧୋନୀ ପ୍ରାୟତଃ ସମୟ ତାଙ୍କ ଝିଅ ଓ ସ୍ତ୍ରୀ ଉପରେ ପ୍ରେମ ବର୍ଷା କରିଥାନ୍ତି। ହେଲେ ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ବିଷୟରେ ଜାଣି ସିନେ ଲଭର୍ସମାନେ ଖୁସି ହୋଇଯିବେ।
ଏକ ବିଶେଷ ରିପୋର୍ଟ ଅନୁଯାୟୀ, ମହେନ୍ଦ୍ର ସିଂ ଧୋନୀ ଖୁବ୍ ଶୀଘ୍ର ସିନେ ଜଗତରେ ପାଦ ଦେବାକୁ ଯାଉଛନ୍ତି। କୁହାଯାଉଛି କି ସାଉଥ୍ ଇଣ୍ଡଷ୍ଟ୍ରିରୁ ପ୍ରଥମେ ଡେବ୍ୟୁ କରିବେ । ପ୍ରଥମେ ପ୍ରୋଜେକ୍ଟରେ ସୁପରଷ୍ଟାର ବିଜୟ ଥାଲାପଥି ଓ ମହେଶ ବାବୁଙ୍କ ସହ ହାତ ମିଳାଇଛନ୍ତି। ଧୋନୀ ତାଙ୍କ ଫିଲ୍ମ ପାଇଁ ମାଲାୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପୃଥ୍ବୀରାଜ୍ ସୁକୁମାରନ ଓ କନ୍ନଡ ଇଣ୍ଡଷ୍ଟ୍ରିର କିଚ୍ଚା ସୁଦୀପକୁ କାଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।