ଏବେ ସେ ଦୀୱାଲି ଅବସରରେ ସେୟାର କରିଥିବା ଫଟୋ ଗୁଡିକୁ, ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ଫଟୋକୁ ବେଶ ଚର୍ଚ୍ଚା ହେବାରେ ଲାଗିଛି । ଖାଲି ଏତିକି ନୁହେଁ ,ଏହି ଫଟୋ ଦେଖିବା ପରେ ତାଙ୍କ ପାଇଁ ବିବାହ ପ୍ରସ୍ତାବ ମଧ୍ୟ ଆସିବାରେ ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ସେ ଷ୍ଟାର ହୋଇଗଲେଣି । ଇନ୍ଷ୍ଟାଗ୍ରାମରେ ତାଙ୍କର ମଧ୍ୟ ବେଶ ଭଲ ଫ୍ୟାନ୍ସ ଫଲୋଅର୍ସ ରହିଛନ୍ତି ।
ଇବ୍ରାହିମଙ୍କ ଏହି ଦୀୱାଲି ଫଟୋ ଦେଖିବା ପରେ ଅନେକ ଝିଅ ବିବାହର ପ୍ରସ୍ତାବ ଦେଉଥିବାର ମଧ୍ୟ ନଜର ଆସିବା ସହିତ, ସେ ଟ୍ରାଡିସ୍ନାଲ ଲୁକ୍ରେ ଖୁବ୍ ସୁନ୍ଦର ଦେଖାଯାଉଥିବା ନଜର ଆସୁଛନ୍ତି ।
ଅମ୍ରିତା ସିଂ ଓ ସୈଫ୍ ଅଲ୍ଲୀ ଖାନ୍ଙ୍କ ପୁଅ ହେଉଛନ୍ତି ଇବ୍ରାହିମ ଅଲ୍ଲୀ ଖାନ୍ । ବର୍ତମାନ ଯାଏଁ ସେ ଫିଲ୍ମରେ କାମ କରିବା ନେଇ କିଛି ଚିନ୍ତା କରି ନଥିବା ବେଳେ, ହୁଏତ ସେ ଭବିଷ୍ୟତରେ ଇଣ୍ଡଷ୍ଟ୍ରିରେ ପାଦ ଥାପି ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।