ସୂଚନାଯୋଗ୍ୟ : କରୀନା କପୁର ଖୁବ୍ ଶୀଘ୍ର ଫିଲ୍ମ ‘ ଲାଲ୍ ସିଂ ଚଢା’ରେ ନଜର ଆସିବେ । ଏଥିରେ ସେ ଅଭିନେତା ଅମିର ଖାନ୍ଙ୍କ ସହିତ, ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିବ । ଏହା ବ୍ୟତୀତ କରୀନା କପୁର ଖୁବ୍ ଶୀଘ୍ର ଦ୍ୱିତୀୟ ସନ୍ତାନର ମା ହେବାକୁ ଯାଉଛନ୍ତି । କରୀନା ଓ ସୈଫ୍ ସୋସିଆଲ ମିଡିଆ ମାଧ୍ୟମରେ ଏହାର ସୂଚନା ଦେଇଥିଲେ ।

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କରୀନା କପୁର ଓ କରିସ୍ମା କପୁର୍ ଫିଲ୍ମ ଦୁନିଆଁରେ ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ବ୍ୟତୀତ ଏହି ଦୁଇ ଭଉଣୀଙ୍କ ଭିତରେ ଏକଦମ୍ ଜବରଦସ୍ତ ବଣ୍ଡିଙ୍ଗ୍ ରହିଛି । ସେମାନେ ସବୁବେଳେ ସୋସିଆଲ ମିଡିଆରେ ଦୁହେଁ ଦୁହିଁଙ୍କ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ନିକଟରେ କରୀନା ଓ କରିସ୍ମାଙ୍କ ଏକ ପୁରୁଣା ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କରିସ୍ମା କପୁର କହିଛନ୍ତି ଯେ, ସେ ଥରେ ତାଙ୍କ ଭଉଣୀ କରୀନା କପୁରଙ୍କ ପାଉଟ୍କୁ ନେଇ ଟ୍ରୋଲ ହୋଇଥିଲେ । ଏହା ସହିତ ସେ କହିଥିଲେ, ଏହା ବହୁତ୍ ମଜାଦାର ଥିଲା ଯେ, କିଛି ଲୋକ କରିସ୍ମାଙ୍କୁ କହିଥିଲେ ନିଜ ଭଉଣୀଙ୍କୁ କହିବ ପାଉଟ କମ୍ କରିବା ପାଇଁ । ଏକଥା ଶୁଣି କରୀନା କପୁର ମଧ୍ୟ ଏକଦମ୍ ଜବରଦସ୍ତ ଅନ୍ଦାଜ୍ରେ ଯବାବ୍ ଦେଇ କହିଥିଲେ ଯେ, “ମେରା ପାଉଟ୍,ଜୈସେ କି #Pout” । ଏହାପରେ ପୁଣି କରିସ୍ମା କହିଥିଲେ ଯେ, କିଛି ଲୋକ ଏମିତି ମଧ୍ୟ କହିଥିଲେ କି , ତାଙ୍କୁ କରୀନାଙ୍କ ପାଉଟ୍ ବହୁତ୍ ପସନ୍ଦ ବୋଲି । ତାଙ୍କର ଏହି ପୁରୁଣା ଓ ମଜାଦାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
