ସୂଚନା ଅନୁଯାୟୀ, ହଠାତ୍ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଏହାପରେ ସେ ଯାଇ ହସ୍ପିଟାଲରେ ଚିକିସ୍ବା କରାଇଥିଲେ । କିନ୍ତୁ ତାଙ୍କ ଘରୁ ହିଁ ବ୍ରହ୍ମାଙ୍କର ମୃତଦେହ ଜବତ କରାଯାଇଛି । ମୁମ୍ବାଇ ସ୍ଥିତ ସେ ରହୁଥିବା ଫ୍ଲାଟ୍ରୁ ତାଙ୍କର ଶବ ଜବତ କରିଛି । ତେବେ ପ୍ରକୃତରେ କେଉଁ କାରଣ ପାଇଁ ବ୍ରହ୍ମାଙ୍କର ମୃତ୍ୟୁ ଘଟିଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।
ଅନେକ ଚଳଚିତ୍ର ଏବଂ ଓ୍ବେବ୍ସିରିଜ୍ରେ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି ବ୍ରହ୍ମା ମିଶ୍ରା । ଭୋପାଳରେ ଜନ୍ମଗ୍ରହଣ କରିଥିବା ବ୍ରହ୍ମା , ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିଲେ ।