ନିକଟରେ ନୋରା ଏକ ଡାନ୍ସ ରିଆଲିଟି ଶୋ’ରେ ଗେଷ୍ଟ ହୋଇ ପହଞ୍ଚିଥିଲେ । ଯେଉଁଠାରେ ସେ ନିଜ ଇଚ୍ଛା ବିଷୟରେ ମନ ଖୋଲି କହିଥିଲେ । ଶୋ’ରେ ନୋରା ତାଙ୍କ ଇଚ୍ଛା ବିଷୟରେ କହିଥିଲେ ଯେ, ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ କାମ କରିବା ତାଙ୍କର ସ୍ୱପ୍ନ । ଉକ୍ତ ଶୋ’ରେ ଜଜ୍ ଥିବା ମାଧୁରୀ ଦୀକ୍ଷିତ୍କୁ ନୋରା କହିଥିଲେ ଯେ, ଯଦି ଏମିତି ଏକ ଦିନ ଆସିବ, ଯେଉଁଠି ସଞ୍ଜୟ ଲୀଳା ଭଂସାଲୀ ସାର୍ ଏକ ହିରୋଇନ୍ ଖୋଜୁଥିବେ ତ ପ୍ଲିଜ୍ ତାଙ୍କୁ ମୋ ବିଷୟରେ କହିବେ । ମୁଁ ହିରୋଇନ୍ ହେବାକୁ ଚାହୁଁଛି ‘ । ସେ କେବଳ ଜଣେ ଡାନ୍ସ ଭାବେ ସୀମିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି , ବରଂ ତାଙ୍କର ହିରୋଇନ୍ ହେବାର ଇଚ୍ଛା ମଧ୍ୟ ରହିଛି ।
କେବଳ ଏତିକି ନୁହେଁ ,ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ସେ ମାଧୁରୀ ଦୀକ୍ଷିତଙ୍କର ଜଣେ ବଡ ଫ୍ୟାନ୍ । ତାଙ୍କୁ ଠାରୁ ପ୍ରେରିତ ହୋଇ ସେ ଡାନ୍ସ ଶିଖିଛନ୍ତି । ମାଧୁରୀଙ୍କ ଅଭିନୀତ ଫିଲ୍ମ’ଦେବଦାସ’କୁ ସେ କମସେକମ୍ ଏକ ବିଲିୟନ୍ ଥର ଦେଖି ସାରିଛନ୍ତି ।.