ରିପୋର୍ଟ ଅନୁସାରେ, ‘ପୁଷ୍ପା-୨’ ୧୧ତମ ଦିନରେ କେବଳ ଭାରତରେ ହିଁ ୯୦୦ କୋଟି ଟଙ୍କାର ବିଜନେସ କରିଛି । ଏଥିରୁ ହିନ୍ଦୀ ଭାଷାରେ ଏହି ଫିଲ୍ମ ୫୫ କୋଟି ଟଙ୍କା ଆୟ କରିଥିବା ବେଳେ ତେଲୁଗୁ ଭାଷାରେ ୧୬ କୋଟି ଏବଂ ତାମିଲ ଭାଷାରେ ୩ କୋଟି ଟଙ୍କା ଆୟ କରିପାରିଛି । ତେବେ କନ୍ନଡ଼ ଏବଂ ମାଲାୟଲମ ଭାଷାରେ ‘ପୁଷ୍ପା-୨’ ବିଶେଷ ପ୍ରଭାବ ପକାଇପାରିନାହିଁ । ତେବେ ଶନିବାର ପୁଷ୍ପା-୨ ମୋଟ ୬୩.୩ କୋଟି ଆୟ କରିବାରେ ସଫଳ ହୋଇଥିଲା ।
ସେହିପରି ତେଲୁଗୁ ଭାଷାରୁ ୨୭୯.୩୫ କୋଟି ଆୟ କରିଥିବା ବେଳେ ତାମିଲରୁ ୪୮.୧ କୋଟି କଲେକ୍ସନ କରିପାରିଛି । ତେବେ କନ୍ନଡ଼ ଭାଷାରେ ମୋଟ ୬.୫୫ କୋଟି ଏବଂ ମାଲାୟାଲମ ଭାଷାରେ ମାତ୍ର ୧୩.୪ କୋଟି ଟଙ୍କା ଆୟ କରିଛି ‘ପୁଷ୍ପା-୨’। ତେବେ ସାରା ବିଶ୍ବରେ ୧୧ ଦିନର ଆୟ ମୋଟ ୧୩୦୦ ଛୁଇଁଛି । ଏହା ଖୁବ ଶୀଘ୍ର ୨୦୦୦ କୋଟି ଟଙ୍କାର ମାଇଲଷ୍ଟୋନ ଛୁଇଁବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର